ସୁନ୍ଦରଗଡ, ୨୬ /୧/୨୦ (ସନ୍ଧାନ ନିଉଜ) : ଜାତୀୟ ଅନୁସୂଚିତ ଜନଜାତି ଆୟୋଗଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହ 30 ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁନ୍ଦରଗଡ଼ ପେଶା ଗ୍ରାମସଭାର ଆବାହକ ସିପ୍ରିଆନ୍ ୱିଲିୟମ କିରୋଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କୁ ଏହି ନୋଟିସ ଜାରି କରାଯାଇଛି । ଓସିଏଲ ଖଣି ପାଇଁ 997.61 ଏକର ଜମି ପାଇଁ ଅଧିଗ୍ରହଣ କରାଯିବ । ଏନେଇ ଆସନ୍ତାକାଲି (26 ଜାନୁଆରୀ) ରାଜଗାଙ୍ଗପୁର ତଥା କୁତ୍ରା ବ୍ଲକର କଟଂ, କୁକୁଡ଼ା, ଆଲାଣ୍ଡା, ଝଗରପୁର ଓ କେଶ୍ରମାଲ ପଞ୍ଚାୟତରେ ଗ୍ରାମସଭା ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇଛି ।
ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନୋଟିସ ଜାରି
|
January 26, 2020 |