ସୁନ୍ଦରଗଡ :ଗୁଣ୍ଡିଆଡ଼ିହି ପଞ୍ଚାୟତ କଣ୍ଟେନମେଂଟ ଜୋନ ଘୋଷଣା

Spread the love

ସୁନ୍ଦରଗଡ , ୧/୫/୨୦୨୧ (ସନ୍ଧାନ ନିଉଜ/ ରାଜୁ ପଟେଲ)  ଗତକାଲି ସୁନ୍ଦରଗଡ ଜିଲ୍ଲାରେ ୭୪୫ ପଜିଟିପ ଥିବାବେଳେ   ଲେଫ୍ରିପଡା ବ୍ଲକ ର ୯୦ ଜଣ ରହିଛି । ଏହା ବ୍ୟତୀତ ଚିକିତ୍ସାଳୟରେ ୬୦ଜଣଙ୍କ ଆଣ୍ଟିଜେନ ପରୀକ୍ଷା  କରାଯାଇଥିବା ବେଳେ  ସେଥିରୁ  ୪୧ ଜଣଙ୍କ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି କେବଳ ଗୁଣ୍ଡିଆଡ଼ିହି ରେ ୮୧ ଜଣ ପୋଜିଟିଭ ଚିହ୍ନଟ ହୋଇଥିଲା । ଏହିପରି ମୁଷଳ ଧାରାରେ ବଢିଚାଲି ଥିବାବେଳେ ଏହା କିପରି ରୋକ ଲଗାଯିବ ତାହା  ପଂଚାୟତ ପ୍ରଶାସନର ହାତଛଡା ହେଉଥିବାର ସାଧାରଣ ରେ ଚର୍ଚା ହେଉଥିଲା । ଏହି କାରଣରୁ ଗୁଣ୍ଡିଆଡ଼ିହି  ପ୍ରଶାସନ ଗତ ୨୮ତାରିଖରୁ ମେ ୪ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ତରଫରୁ ସଟଡାଉନ ଘୋଷଣା କରିଥିଲେ । ଗତକାଲି ଏହି ଗ୍ରାମରେ ସଂକ୍ରମଣ ସଂଖ୍ୟା ୭୧ ପୋଜିଟିଭ ହୋଇଥିବାବେଳେ ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ରଖି ଏହାକୁ ରୋକିବାପାଇଁ ଆଜି ସୁନ୍ଦରଗଡ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମଇକ୍ରୋକଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି ।ଏହା ଆସନ୍ତା ୬ତାରିଖ ପର୍ଯନ୍ତ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଲେଫ୍ରିପଡା ରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଜି ତଲସରା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ତଲସରା ନିର୍ବାଚନ ମଣ୍ଡଳୀର ଜନସାଧରସଙ୍କ ଜୀବନ ରକ୍ଷା ପାଇଁ ଆଜି ଏମସିଏଲ କତ୍ତୃପକ୍ଷଙ୍କ ସହାୟତାରେ ଲେଫ୍ରିପଡା ବ୍ଲକ୍ର ର ସମସ୍ତ କାର୍ଯଳୟ,ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ,ଥାନା, ତହସିଲ, ବସ ଷ୍ଟାଣ୍ଡ ମୁଖ୍ୟ ରାସ୍ତା ସହିତ ଅଞ୍ଚଳକୁ ବିଶୋଧନ କରାଗଲା ।

Related Posts

About The Author

Add Comment