ରାଉରକେଲା, ୦୨/୦୫ (ସନ୍ଧାନ ନିଉଜ): ଦିନିକିଆ ସୁନ୍ଦରଗଡ ଗସ୍ତରେ ଆସି ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ସୁନ୍ଦରଗଡ ସ୍ଥିତ ଏନଟିପିସି ମେଡ଼ିକାଲ କଲେଜ ପରିସରରେ କରାଯାଇଥିବା କୋଭିଡ-୧୯ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାର ମେଡିକାଲରେ ପରିଦର୍ଶନ ସମୟରେ ଜଣେ କୋରୋନା ସଂକ୍ରମିତ ରୋଗୀକୁ କିପରି ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ତଦାରଖ କରିଛନ୍ତି । ଏହା ସହ ଟେଷ୍ଟିଂ ସେକ୍ଟର, ଔଷଧ କେନ୍ଦ୍ର ଏବଂ ଉଭୟ ମହିଳା ଏବଂ ପୁରୁଷ ୱାର୍ଡ ବୁଲି ଦେଖିଥିଲେ । କୋରୋନା ସଂକ୍ରମିତ ରୋଗୀକୁ ଚିକିତ୍ସା କରିବା ନେଇ କରାଯାଇଥିବା ସମସ୍ତ ପ୍ରସ୍ତୁତିକୁ ଦେଖିଲା ପରେ ଏହାକୁ ପ୍ରଶଂସା କରିଛନ୍ତି । ଆହୁରୀ ଅଧିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ ଗସ୍ତରେ ୫ ଟି ସଚିବ ଭି.କେ. ପାଣ୍ଡିଆନ
|
May 2, 2020 |