ସୁନ୍ଦରଗଡ ୦୮/୦୩/୨୦୨୧ (ସନ୍ଧାନ ନିଉଜ/ ରୋଶନ ପଟେଲ) -ସୁନ୍ଦରଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ଡିଆରଡ଼ିଏ ଛକ ରେ କୋଶଳ ସମାଜ ର ମହିଳା ସଂଗଠନ ପକ୍ଷ୍ୟ ରୁ ଆଜି ଅନ୍ତର୍ଜାତିକ ମହିଳା ଦିଵସ ପାଳନ କରାଗଲା , ଏବଂ ମଦ ପ୍ରଚଳନ ବନ୍ଦ ଦାବି ନେଇ ଧାରଣା ଦିଆଯାଇଥିଲା I ଏହା ସଙ୍ଗେ ସଙ୍ଗେ ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ଦାବି ଉପସ୍ଥାପନ କରା ଯାଇଥିଲାI ଯେପରିକି କୋଶଳ ସମାଜ ଅନ୍ତର୍ଗତ ୧୭ ଟି ଜିଲ୍ଲା ରୁ ଦେଶୀ ଏବଂ ବିଦେଶୀ ମଦ ପ୍ରଚଳନ ବନ୍ଦ , ଶିକ୍ଷା ସ୍ତରରେ ସମସ୍ତ ଅନୁଷ୍ଠାନ ରେ ମାଗଣା ଶିକ୍ଷା , ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ୨୫% ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷା ଦିଅI ଯିବା , ଶିକ୍ଷା ଅଧିକାର ଆଇନ ୨୦୦୯ କୁ କଡାକଡି ଭାବରେ ପାଳନ କରାଯିବା , ବେସରକାରୀ ବସ ମାନଙ୍କରେ ମେସିନ ସାହାଯ୍ୟରେ ଟିକେଟ ପ୍ରିଣ୍ଟ କରି ଦିଆ ଯିବା, ସରକାରୀ ଡାକ୍ତର ମାନଙ୍କୁ କ୍ଲିନିକ ଖୋଲିବା ପାଇଁ ଅନୁମତି ନ ଦେବା , ଗରିବ ଲୋକ ମାନଙ୍କୁ ମାଗଣାରେ ସବୁ ପ୍ରକାରର ଔଷଧ ଦିଆ ଯିବା , ବୃଦ୍ଧା ,ବିଧବା ଏବଂ ଭିନ୍ନ କ୍ଷମ ମାନଙ୍କର ଭତ୍ତା କୁ ୧୫୦୦ ଟଙ୍କାଯାଏ ବୃଦ୍ଧି କରିବା , ଡାକ୍ତରଖାନା ରେ ସ୍ୱାସ୍ଥ୍ୟ କର୍ମୀ ମାନେ ଉଚିତ ସମୟରେ ଆସିବା ର ସୁବିଧା କରିବା , ସୁନ୍ଦରଗଡ ର ସୁପର ମାର୍କେଟ ପରିସରରେ ଏକ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବା , ଧାନ ମଣ୍ଡି ରେ ଚାଷୀ ମାନଙ୍କର ଧାନ ବିକ୍ରୟ କୁ ନେଇ ସୁବିଧା କରିବା ,ଏହିଭଳି ଦାବି କରାଯାଇଥିଲାI ଏହି ସଭାରେ କୋଶଳ ସମାଜର ମୁଖ୍ୟ ସଚିବ ଶ୍ରୀଯୁକ୍ତ “ଦିଲୀପ କୁମାର ପଣ୍ଡା” ,ମହିଳା ସମାଜ ସଚିବ ଶ୍ରୀମତୀ “ପଦ୍ମI ଦେବୀ” ଜିଲ୍ଲା ମହିଳା ସଚିବ “ତରଣୀ ଭୋଇ” , ଜିଲ୍ଲା ସଚିବ “ପ୍ରଦୀପ ଭୋଇ” , ସବଡେ଼ଗା ବ୍ଲକ ସଚିବ ” ପ୍ରମିଳା ଖୀଲାରି ” ଏବଂ ଲେଫ୍ରିପଡା ବ୍ଲକ ସଚିବ “ମୋହନI ଭୋଇ” ପ୍ରମୁଖ ଉପସ୍ଥିତ ଥିଲେ I
ସୁନ୍ଦରଗଡ: ଅନ୍ତର୍ଜାତିକ ମହିଳା ଦିବସ ପାଳିତ
|
March 9, 2021 |


