ସୁନ୍ଦରଗଡ ତା:୧୭/୫/୨୦୨୩( ସନ୍ଧାନ ନିଉଜ/ ରାଜୁ ପଟେଲ) ରାଜ୍ୟ ସରକାର ଜଣାଇଛନ୍ତି ଯେ ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାରେ ମୁଖ୍ୟ ଚିକିଶାଳୟର ଉନ୍ନତିକରଣ (ଟ୍ରମା-କେୟାର ସେଣ୍ଟର) ଅନୁମୋଦନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମାଣ୍ଡଭିୟ ଜଣାଇଛନ୍ତି ଯେ କଟକ ବଡ଼ ମେଡିକାଲରେ ବଡ଼ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା-କେୟାର ସେଣ୍ଟର ପାଇଁ ଉପଯୁକ୍ତ ଜମି ନ ଥିବା କାରଣରୁ ଯାହା ୨୦୧୬ ରେ ଅନୁମୋଦନ କରାଯାଇଥିଲା ତାହା ଏବେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଓଡ଼ିଶା ସରକାର ଚତୁର୍ଥ ପ୍ରଜାୟରେ କରାଯିବାର ସ୍ଥିରୀକୃତ ହୋଇଥିଲା । ପ୍ରତିଦିନ ଶତାଧିକ ରୋଗୀ ଜଟିଳ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟ କୁ ଆସୁଥିବାର ଦେଖା ଦେଉଥିବା କାରଣରୁ ଏହା ଅତିଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ଏହି ଟ୍ରମା-କେୟାର ସେଣ୍ଟର କରାଯିବାର ଆଵଶ୍ୟକତା ରହିଛି ।
ସୁନ୍ଦରଗଡର ଚିକତ୍ସାଲୟର ହେବ ଉନ୍ନତିକରଣ
|
May 17, 2023 |



