ରାଉରକେଲା ୨୭/୦୭ (ସନ୍ଧାନ ନିଉଜ: ସୁନ୍ଦରଗଡରେ ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର 57 ଜଣ ନୂଆ କୋରୋନା ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 1110କୁ ବୃଦ୍ଧି ପାଇଛି । ଏହାସହ 63 ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି । କୋରୋନା ଲଢେଇରେ ସାମିଲ ଥିବା ଡାକ୍ତର ଓ କେତେକ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ ଚିକିତ୍ସା ପାଇଁ ବୁର୍ଲାରୁ 2 ଜଣ ଡାକ୍ତର ରାଉରକେଲା କୋଭିଡ୍ ହସପିଟାଲରେ ପହଞ୍ଚିଛନ୍ତି।
ସୁନ୍ଦରଗଡରେ 57 ନୂଆ କୋରୋନା ଆକ୍ରାନ୍ତ
|
July 27, 2020 |