ଯାଜପୁର ସଦର,୨୩/୦୬ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଏପରି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ପୋଲିସ ଏହା ଉପରେ ନଜର ନଦେବା ଘଟଣା ବଡ଼ ଆଶ୍ଚମ୍ବିତ କରିଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ କରିବାକୁ ଉଦ୍ୟମ କରି ଶେଷରେ କୁଆଖିଆ ପୋଲିସ ହାତରେ ଧରା ପଡ଼ିବା ଘଟଣା ଏହି ଜିଲ୍ଲାରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, କୁଆଖିଆ ଥାନା ନିକଟସ୍ଥ ହରିପୁର ବଜାର ନିକଟରେ ଦୁଇ ସୁନା ବ୍ୟବସାୟୀ ଘରକୁ ଆସୁଥରବା ବେଳେ, ଏହି ୩ ଜଣ ଲୁଟେରା ତାଙ୍କ ପିଛା କରିଥିଲେ । ଡକାୟତ କରିବା ପାଇଁ ଉଦ୍ୟମ କରୁଥିବା ବେଳେ, କୁଆଖିଆ ପୋଲିସ ଗିରଫ କରି ୩ଜଣ ଆସାମୀକୁ କୋର୍ଟ ଚାଲାଣ କରିଥିବା କୁଆଖିଆ ଥାନ ଅଧିକାରୀ ଶିବ ଚରଣ ବେହେରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଡକାୟତ ମାନଙ୍କ ନିକଟରୁ ନକଲି ପିସ୍ତଲ ଜବତ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଚି । ଏହି ଡକାୟତ ମାନେ ହେଲେ ଯାଜପୁର ସଦର ଥାନା ନିକଟସ୍ଥ ଶ୍ୟାମଦାସପୁର ପଂଚାୟତ କୁଝାଲା ଗ୍ରାମର ଗିରିଶ ସେଠି, ସେହି ଗ୍ରାମର ସେକ୍ ରିଆଜ ଉଦ୍ଦିନ(୨୭), ପହିଡିହ ଅଞ୍ଚଳର ସୁନାକର ବେହେରା(୨୪) ବୋଲି ପୋଲିସ ସୂଚନା ଦେଇଛନ୍ତି । ଏହି ଡକାୟତ ମାନଙ୍କ ଠାରୁ ୨ଜଣ ଏକାଧିକ ଡକାୟତ ମାମଲାରେ ସମ୍ପୃକ୍ତ ରହଥିବା ଜଣାପଡ଼ିବା ପରେ କୁଆଖିଆ ଥାନା ଅଧିକାରୀ ଶିବ ଚରଣ ବେହେରା ତଦନ୍ତ କରୁଛନ୍ତି । ସୁନା ବ୍ୟବସାୟୀ ଟାଉନ ଥାନା ନିକଟସ୍ଥ ଆନ୍ଦୋଳା ବାସୁଦେଇପୁର ଗ୍ରାମର ସତ୍ୟ ନାରାୟଣ ଲେଙ୍କା, ଶିତେଳେଶ୍ୱର ଗ୍ରାମର ସୁସାନ୍ତ ନାଥ ଏକ ସ୍କୁଟିରେ ଜାରକା ପାତ୍ର ଜୁଏଲାରୀରୁ ଘରକୁ ଫେରୁଥିବା ବେଲେ, ଡକାୟତ ମାନେ ଜାରକାରୁ ସୁନା ବ୍ୟବସାୟୀଙ୍କୁ ପିଛା କରିଥିଲେ । ପିଛା କରିଥିବା ବେଲେ, ହରିପୁର ବଜାରରରୁ ପିଛା କରି ମୋବାଇଲ ଲୁଟ ଉଦ୍ୟମ କରିଥିଲେ । ଏହାକୁ ନେଇ ଦୁଇ ବ୍ୟବସାୟୀ ଓ ଡକାୟତ ମାନଙ୍କ ମଧ୍ୟରେ ଧସ୍ତା ଧସ୍ତି ହେବାପରେ ସୂନା ବ୍ୟବସାୟୀ ପାଟି କରିବାରୁ ସ୍ଥାନୀୟ ଲୋକ ସେଠାରେ ପହଁଞ୍ôଚ ଥିଲେ । ଆସାମୀ ମାନଙ୍କ ମଧ୍ୟରୁ ଗିରିଶ ଗାଡ଼ି ଖସି ପଡ଼ିବାରୁ ଲୋକ ମାନେ ତାକୁ ମାଡ଼ି ବସିଥିଲେ । ଏନେଇ କୁଆଖିଆ ଥାନାକୁ ଖବର ଦେବାପରେ ସୁନା ବ୍ୟବସାୟୀ ସତ୍ୟ ନାରାୟଣ ଲେଙ୍କା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ କେସ ନଂ- ୨୦୩/୨୨ ରେ ମାମଲା ରୁଜୁ କରାଯାଇଚି । ଏହି ଡକାୟତ ମାନେ ବିଭିନ୍ନ ଡକାୟତରେ ସମ୍ପୃକ୍ତ ରହିଥିବାରୁ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଉଥିବା ଜଣାଯାଇଚି ।
ସୁନା ବ୍ୟବସାୟୀଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରି ୩ ଜଣ ଗିରଫ
|
June 23, 2022 |