ସୁନା ଦାମରେ ୩୨୨ ଟଙ୍କା କମ୍ ହେବା ସହ ପ୍ରତି ୧୦ ଗ୍ରାମ ସୁନାର ଦାମ ୪୭,୧୩୫କୁ ଖସି ଆସିଛି

Spread the love

ବାରିପଦା, 05.02.2021 (ସନ୍ଧାନ ନିଉଜ୍ ):- ପୁଣି ଖସିଲା ସୁନା-ରୂପା ଦାମ। ଲଗାତାର ଚତୁର୍ଥ ଦିନ ଲାଗି ସୁନା ଏବଂ ରୂପା ଦର କମିଛି। ସୁନା ଓ ରୂପା ଆମଦାନୀ ଶୁଳ୍କରେ ହ୍ରାସ ନେଇ ଘୋଷଣା ହେବା ପ​‌ରେ ଦିଲ୍ଲୀ ସରାଫା ବଜାରରେ ଦାମ କମିଛି। ଗୁରୁବାର ସୁନା ଦାମରେ ୩୨୨ ଟଙ୍କା କମ୍ ହେବା ସହ ପ୍ରତି ୧୦ ଗ୍ରାମ ସୁନାର ଦାମ ୪୭,୧୩୫କୁ ଖସି ଆସିଛି। ଏହା ପୂର୍ବରୁ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୪୫୭ ଟଙ୍କା ଥିଲା। ଚତୁର୍ଥ ଦିନ ଲାଗି ସୁନା ଦାମରେ ହ୍ରାସ ପରିଲକ୍ଷିତ ହୋଇଛି। ବିଶ୍ବ ବଜାରରେ ମାନ୍ଦାବସ୍ଥା ତଥା ଡଲାର ମୁକାବିଲାରେ ଭାରତୀୟ ମୂଦ୍ରା ଶକ୍ତିଶାଳୀ ହେଉଥିବା ଯୋଗୁ ସୁନା ମୂଲ୍ୟରେ ହ୍ରାସ ହେଉଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। କେବଳ ସୁନା ନୁହେଁ ରୂପା ଦାମ ବି ଖସିଛି। ଗୁରୁବାର ରୂପା କିଲୋ ପ୍ରତି ୯୭୨ ଟଙ୍କା ଶସ୍ତା ହୋଇଛି। ଆଜି ରୂପା କିଲୋ ପ୍ରତି ୬୭,୧୭୦ ଟଙ୍କା ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ପ୍ରତି ଆଉନ୍ସ  ପାଇଁ ୧୮୨୫ ଡଲାର ଥିବା ବେଳେ ରୂପା ଦାମ ପ୍ରତି ଆଉନ୍ସକୁ ୨୬.୬୧ ଆମେରିକୀୟ ଡଲାର ରହିଛି। ଅନ୍ୟପଟେ ଚଳିତ ବର୍ଷ ବଜେଟ୍‌ରେ ସୁନା ଏବଂ ରୂପା ଉପରେ ସୀମା ଶୁଳ୍କ ହ୍ରାସ କରାଯାଇ ୭.୫ ପ୍ରତିଶତ କରାଯିବାକୁ ଘୋଷଣା କରାଯାଇଛି। ବଜେଟ୍‌ରେ ଶୁଳ୍କକୁ ୧୨.୫ରୁ କମାଇ ୭.୫ ପ୍ରତିଶତ କରାଯିବା ଦ୍ବାରା ସୁନା ଦାମରେ ହ୍ରାସ ହୋଇଛି ବୋଲି ମୋତିଲାଲ ଓସଓ୍ବାଲ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ର ଉପାଧ୍ୟକ୍ଷ ନବନୀତ ଦମାନୀ କହିଛନ୍ତି।

Related Posts

About The Author

Add Comment