ବାଙ୍ଗିରିପୋଷି,୨୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଗତ କିଛି ଦିନ ଧରି ଜାରି ରହିଛି ଶୀତ ଲହରୀ ଥଣ୍ଡାର ପ୍ରକୋପ ସାଧାରଣ ଜୀବନଯାପନକୁ ପ୍ରଭାବିତ କରୁଥିଲେ ମଧ୍ୟ ଭୀଷଣ ଥଣ୍ଡାର ତାଳେ ତାଳେ ବଢି ଚାଲିଛି ପର୍ଯ୍ୟଟକଙ୍କ ବୁଲିବାର ନିଶା । ପର୍ଯ୍ୟଟନ ଋତୁ ପାଇଁ ପଛରେ ପଡ଼ିଯାଉଛି ପ୍ରକୃତିର ପରିବର୍ତ୍ତନ। ସମସ୍ତ ପର୍ଯ୍ୟଟନ ସ୍ଥଳୀ ହୋଇ ପଡିଛି ଲୋକାରଣ୍ୟ । ଆଉ ପ୍ରତ୍ୟେକ ବର୍ଷ ପରି ବାଙ୍ଗିରିପୋଷି ମଧ୍ୟ ପାଲଟିଛି ପର୍ଯ୍ୟଟକଙ୍କ ଏକ କେନ୍ଦ୍ରବିନ୍ଦୁ । ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଥିବା ଏହି ବ୍ଲକର ଅଧିକାଂଶ ଅଂଚଳକୁ ନିଜର ମନଲୋଭା ସୌନ୍ଦର୍ଯ୍ୟରେ ଢାଙ୍କି ରଖୁଛି ପ୍ରକୃତି ରାଣୀ କେତେବେଳେ ବୁଢାବଳଙ୍ଗ ନଈର କୁଳୁକୁଳୁ ନାଦ ବିଭୋର କରିପକାଏ ତ ଆଉ ଆଉ କେତେବେଳେ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କର କୋଳାହୋଳ ମନରେ ଭରିଦିଏ ଅପୂର୍ବ ଉନ୍ମାଦନା ବ୍ଳକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ବ୍ରାହ୍ମଣକୁଣ୍ଠ, ମା ଦ୍ଵାରଶୁଣି ଅ ପୀଠ, ନେଦାମ ଡ୍ୟାମ, ସୁନା ମୁହିଁରେ ୧ ପ୍ରତ୍ୟେକ ବର୍ଷ ବଣଭୋଜୀ ପାଇଁ ଭିଡ ଜମି ଥିବାବେଳେ ଧୀରେ ଧୀରେ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହେଉଛି ଅନନ୍ୟ ସୌନ୍ଦର୍ଯ୍ୟର ଗନ୍ତାଘର ଥିବା ଆଉ ଏକ ପ୍ରମୁଖ ସ୍ଥାନ ସରକାରୀ ଡ୍ୟାମ୍ ବାଙ୍ଗିରିପୋଷି ମୁଖ୍ୟ ବଜାର ଠାରୁ ବୁଢିଖମାରୀ ଅଭିମୁଖେ ଗଲା ବେଳେ ଶ୍ୟାମସୁନ୍ଦରପୁର ଗ୍ରାମ୍ୟ ହାଟ ପଡିଆର ବାମପାର୍ଶ୍ବକୁ ଲମ୍ବି ଯାଇଥିବା ରାସ୍ତାର ବାସ ଅଳ୍ପ କିଛି ବାଟ ଗଲାପରେ କିଛି ଦୂରରୁ ଦୃଶ୍ୟମାନ ହୁଏ ଏହି ଜଳାଶୟ । କହିବାକୁ ଗଲେ ବଜାର ଠାରୁ ଏହାର ଦୂରତା ପ୍ରାୟ ୧୦ କିମି ମରେ । ଏହାକୁ ପ୍ରାୟତଃ ସରକାରୀ ଡାମ ଭାବେ ଅନେକ ଲୋକ ଜାଣିଥିବା ବେଳେ କିଛି ସ୍ଥାନୀୟ ଅଧିବାସୀଙ୍କ ମତରେ ଏହି ଜଳାଶୟକୁ ରଙ୍ଗା ବନ୍ଧ ବୋଲି କୁହନ୍ତି । ଜଳାଶୟଟି ଦେଖୁବାକୁ ଯେପରି ସୁନ୍ଦର ସେଠାକୁ ଯିବା ସମୟରେ ଶାଳ ଜଙ୍ଗଲ ଦେଇ ପଡୁଥିବା ଅଙ୍କା ବଙ୍କା ରାସ୍ତା ବି ଅତ୍ୟନ୍ତ ମନମୁଗ୍ଧକର ଦୃଶ୍ୟମାନ ହୁଏ । ଜଳାଶୟର ଗୋଟିଏ ପାର୍ଶ୍ବରେ ସୁଉଚ୍ଚ ସବୁଜ ବନାନୀ ତ’ ଅନ୍ୟ ପାର୍ଶ୍ବକୁ ଘେରି ରହିଛି କିଛି ଗାଁ ପୁଣି ଜଳାଶୟର ଚତୁଃପାର୍ଶ୍ଵରେ ସବୁଜ ଶସ୍ୟକ୍ଷେତ, ଆଉ ଗାଁ ମାଟିର ମହକ ମନରେ ଭରିଦିଏ ଅନନ୍ୟ ରୋମାଞ୍ଚ । ପ୍ରକୃତିର ମନରୋମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଜଳାଶୟକୁ ଲାଗି ରହିଛି ସୁନ୍ଦର ସବୁଜ ଘାସ ଗାଲିଚା ବିଶେଷ କରି ସନ୍ଧ୍ୟା ସମୟ ରେ ଏହି ସ୍ଥାନଟି ବୁଲିବାର ପ୍ରକୃଷ୍ଟ ସମୟ । ସୁର୍ଯ୍ୟର ଅସ୍ତଗାମୀ କିରଣ, ଗାଇଆଳ ଟୋକାଙ୍କର ବଂଶୀସ୍ଵନ, ଗୋ ଗୋଷ୍ଠ ମାନଙ୍କର ଚାରଣ ଛୋଟ ପିଲା ତଥା ବୟସ୍କ ଲୋକମାନେ ଖଡା ପକାଇ ମାଛ ଧରିବାର ଦୃଶ୍ୟ ବେଶ ମନୋହର ।
ସୁନାମ ଅପେକ୍ଷାରେ “ସରକାରୀ ଡ୍ୟାମ”
|
December 28, 2020 |
