ସୁନନ୍ଦା ପତି ଙ୍କ ବରୀ ବିଜେଡି ଟିକେଟ ନିମନ୍ତେ କର୍ମୀ ସମ୍ମିଳନୀ ଓ ପ୍ରେସ ମିଟ।

Spread the love

ଯାଜପୁର ,୦୩/୦୪(ସନ୍ଧାନ ନିୟୁଜ୍):ବରୀ ବିଜେଡି ଟିକେଟ ଆଶାରେ ରାଜ୍ୟ ବିଜେଡି ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁନନ୍ଦା ପତି ଆଜି ନିଜ ଗ୍ରାମ ବରୀ ବାଲିବିଲି ଠାରେ ଏକ କର୍ମୀ ସମ୍ମିଳନି ସହ ପ୍ରେସ ମୀଟ ମାଧ୍ୟମରେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ଫାଇବ ଟି ସଚିବ ଭିକେ ପାଣ୍ଡିଆନ , ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଟିକେଟ ପାଇଁ ନିବେଦନ କରିଛନ୍ତି ।ସେ ଦୀର୍ଘ ଦିନ ଧରି ବିଜେଡି ପାଇଁ କାମ କରି ଆସୁଛନ୍ତି ଓ ଦଳ ଯାହା ଯାହା ଦାଇତ୍ୱ ଦେଇଛି ସେ ତାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି ।ଏହି ପ୍ରେସ ମିଟରେ ସେ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି ।ବରୀ ରେ କୃଷକ ଓ କୃଷି , ମହିଳା ମାନଙ୍କ ସହ ବରୀର ସାମଗ୍ରୀକ୍ ବିକାଶ କୁ ସେ ଗୁରୁତ୍ଵ ଦେବେ ଯାହାକି ନବୀନ ପଟ୍ଟନାୟକ ଙ୍କ ଯୋଜନା ଏଠାରେ ଆହୁରି ଲୋକଙ୍କ ନିକଟତର ହୋଇପାରିବ ଯଦି ଦଳ ତାଙ୍କୁ ଚଳିତ ସାଧାରଣ ନିର୍ବାଚନର ସୁଯୋଗ ଦିଏ ।ସେ ବରୀ ର ଝିଅ ଓ ତାଙ୍କ ସ୍ଵାମୀ ଇଂ ସୁଶାନ୍ତ ମିଶ୍ର ସକ୍ରିୟ ରାଜନୀତିରେ ଅଛନ୍ତି , ଏଣୁ ତାଙ୍କର ବର୍ତ୍ତମାନ ସୁଦୃଢ଼ ସଙ୍ଗଠନ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

Related Posts

About The Author

Add Comment