ଗୋରୁମହିଷାଣୀ, ୧୧/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ବହୁ ଦିନ ହେଲା ରାସ୍ତା ମରାମତି ହୋଇନି । ମାଟିରାସ୍ତା କଂକ୍ରିକରଣ ପାଇଁ ସାହି ବାସିନ୍ଦା ଦାବି କରୁଥିଲେ ମଧ୍ୟ ପ୍ରଶାସନ ଶୁଣୁନି । ଏଥିଯୋଗୁଁ କାଦୁଅ ପଚପଚ ରାସ୍ତାରେ ଘାଣ୍ଟି ହେଉଛନ୍ତି ଲୋକେ । ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଦୀର୍ଘଦିନ ଧରି ମକର୍ଦ୍ଦମାକ୍ତ ରାସ୍ତାରେ ହନ୍ତସନ୍ତ ହେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲା । ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଗୁହାଳଡାଙ୍ଗିରି ପଞ୍ଚାୟତ ଡଙ୍ଗାପାଣି ଗାଁ ବଡ଼ସାହିର ଡଙ୍ଗାପାଣି ଗ୍ରାମର ବଡ଼ସାହିରେ ୨୫ରୁ ର ଅଧିକ ପରିବାର ବସବାସ କରନ୍ତି ହେଲେ ବି ମହିଳାମାନେ ତୁରନ୍ତ ମାଟି କାଦୁଅ ରାସ୍ତା କଂକ୍ରିକରଣ କରିବା ପାଇଁ ସେମାନେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ରାଇରଙ୍ଗପୁର ବ୍ଲକ୍ ଅଧୀନସ୍ଥ ୩ ନମ୍ବର ଓ ୪ ନମ୍ବର ୱାର୍ଡକୁ ନେଇ ଡଙ୍ଗାପାଣି ଗ୍ରାମ । ଏହି ଗାଁର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ ୮ଶହରୁ ଅଧିକ। ଏବେ ହଜାର ଟପିଲାଣି । ସମସ୍ତେ ପ୍ରାୟ ଆଦିବାସୀ ସମ୍ପ୍ରଦାୟର । ଉକ୍ତ କ ବର୍ଷାଦିନେ ଉକ୍ତ ସାହିର ଦାଣ୍ଡ କାଦୁଅରେ ପରିପୂର୍ଣ୍ଣ ହୋଇଯାଏ । ମରାମତି ହୋଇ ନ ଥିବାରୁ ଏବଂ ଦୀର୍ଘଦିନର ଦାବି ସଡ୍ କଂକ୍ରିଟ୍ ଓ କରାଯାଉ ନ ଥିବାରୁ ସାହି ବାସିନ୍ଦା କାଦୁଆ ରାସ୍ତାରେ ଯାଆସ କରିବାକୁ ବାଧ୍ୟ ହେଉଛନ୍ତି । ବିଡ଼ମ୍ବନା ହେଉଛି ଯେ, ଗ୍ରାମରେ କେହି ରୋଗାକ୍ରାନ୍ତ ହେଲେ କିମ୍ବା ଗର୍ଭବତୀଙ୍କୁ ମେଡିକାଲ ନେବା ପାଇଁ ଏହି ସାହିକୁ ଆମ୍ବୁଲାନ୍ସ ପଶିପାରେ ନାହିଁ । କାରଣ ଆଶ୍ନ ଏ କାଦୁଅରେ ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପ୍ରବେଶ କରିବା ସମ୍ଭବ ନୁହେଁ । ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହି ମୁଖ୍ୟରାସ୍ତା ପାଖକୁ ଆଣିବାକୁ ପଡ଼େ । ଏଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ଅଞ୍ଚଳର ଲୋକେ ଅତିଷ୍ଠ ହୋଇ ଶେଷରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାର ତୁରନ୍ତ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ ଅଫିସ୍, ବ୍ଳକ୍ ଅଫିସ୍ରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ବିଭିନ୍ନ ଦଳର ନେତାଙ୍କୁ ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏ ସମ୍ବନ୍ଧରେ ଗୁହାଳନାଗିରି ସରପଞ୍ଚ ସୁକାନ୍ତି ମୁ ରୀଙ୍କ ମତାମତ ନେବାରୁ କହିଲେ, ପଞ୍ଚାୟତ ଅଧୀନରେ ଏବେ ଆଉ କଂକ୍ରିଟ୍ ରାସ୍ତା ହେଉ ସହିଁ । ୨୦୧୭-୧୮ ମସିହାରେ ଏନ୍ଆରଇଜିଏସ୍ ମାଧ୍ୟମରେ ଉକ୍ତ ଗ୍ରାମ ଦଣ୍ଡରେ ମାଟି ଓ ମୋର ବିଛା ଯାଇଥିଲା । ମାତ୍ର ବର୍ଷାଦିନେ ସେସବୁ ଧୋଇ ଯିବା ପରେ ରାସ୍ତ ପୁଣି କାଦୁଅ ହେଉଛି । ଉକ୍ତ ଗାଁ ଦାଣ୍ଡରେ କଂକ୍ରିଟ ରାସ୍ତା ଆବଶ୍ୟକ ରହିଛି । ଯେ ହେତୁ ସରକାର ଙ୍କ ଗାଇଡଲାନ୍ ଅନୁସାରେ ପଞ୍ଚାୟତ ପାଣ୍ଠି ବ୍ୟତୀତ ଅନ୍ୟ କୌଣସି ଯୋଜନାରେ କଂକ୍ରିଟ ରାସ୍ତା କରିବା ପାଇଁ ଆଦେଶ ନାହିଁ । ପଞ୍ଚାୟତର ସ୍ଵଳ୍ପ ପାଣ୍ଠିରେ ତାହା କରିବା ସମ୍ଭବ ସୋଇପାରୁନାହିଁ । ତୁରନ୍ତ ଉକ୍ତ ଗ୍ରାମରେ କଂକ୍ରିଟ ରାସ୍ତା ନ କରାଗଲେ ଗ୍ରାମ ର ମହିଳା ମାନେ ପୁଣି ଥରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି କହିଛନ୍ତି ।
ସୁଧୁରିବାର ନାଁ ଧରୁନି ଗାଁ ଦାଣ୍ଡ ରାସ୍ତା
|
September 11, 2020 |