ସୁଦ୍ଧା ସାଂସ୍କୃତିକ ଅନୁଷ୍ଠାନର ନାଟକ ‘ପ୍ରଳୟ ପରେ’ ନାଟକର ପ୍ରଥମ ଦୃଶ୍ୟରେ ମନ୍ତ୍ରୀ ଅରୁଣ !

Spread the love

ନୟାଗଡ଼,୧୫/୦୧/୨୦୨୦ (ସନ୍ଧାନ ନିଉଜ): ନୟାଗଡ଼ ଜିଲ୍ଲା ନାଟକ କ୍ଷେତ୍ରରେ ବେଶ ଆଗୁଆ ହୋଇଥିବା ବେଳେ ଆଜି ଜିଲ୍ଲାର ନେତୃତ୍ୱ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନାଟକ ପ୍ରଥମ ଦୃଶ୍ୟରେ ଅବର୍ତ୍ତୀଣ୍ଣ ହୋଇଛନ୍ତି । ସୁଦ୍ଧା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପଦର୍ଶିତ ତଥା ଆୟୋଜିତ ନାଟକ ‘ପ୍ରଳୟ ପରେ’କୁ ମନ୍ତ୍ରୀ ଡ. ସାହୁ ଏକ ନାଟକୀୟ ଢଙ୍ଗରେ ଉଦଘାଟନ କରିଛନ୍ତି । ଯାହାକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦର୍ଶକଙ୍କ ମଧ୍ୟରେ ଏକ ନାଟକୀୟ ବାତାବରଣ ସୃଷ୍ଟି ହୋଇଛି । ଏହି ନାଟକର ରଚୟିତା ବିଜୟ କୁମାର ଶତପଥୀ ହୋଇଥିବା ବେଳେ ନିର୍ଦ୍ଦେଶକ ଦାୟିତ୍ୱ ବହନ କରିଛନ୍ତି ଅଧ୍ୟାପକ ଡ. ଆଶୁତୋଷ ରଥ । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉପଦେଷ୍ଟାରେ ଅନୁଷ୍ଠିତ ଏହି ନାଟକରେ ନୟାଗଡ଼ ସହରର ବହୁ ନାଟ୍ୟ କଳାକାର ଅଭିନୟ କରିଥିବା ବେଳ ମୁଖ୍ୟ ଚରିତ୍ରରେ ରଂଜନ ରଶ୍ମୀ ଜେନା ଅଭିନୟ କରିଥିଲେ । ଦୁର୍ନୀତିକୁ ମନ୍ତ୍ର ଭାବେ ଗ୍ରହଣ କରି କିଭଳି ସାଧାରଣ ଲୋକଙ୍କୁ ଶୋଷଣ କରାଯାଏ ତାହା ଏହି ନାଟକ ମାଧ୍ୟମରେ କଳାକାର ମାନେ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ନାଟକ ବହୁ ଦର୍ଶକଙ୍କ ମନମୋହିଥିବା ଜଣାପଡ଼ିଛି ।

Related Posts

About The Author

Add Comment