ସୁନ୍ଦରଗଡ ତା:୨୬/୭/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଭାରତୀୟ ଜନତା ପାର୍ଟିର ଦ୍ଵିତୀୟ କାର୍ଯ୍ୟକାରିଣୀ ସଭା ସୁଖା ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ସଭାପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ବଟକିଶୋର ମିଶ୍ର ଯୋଗ ଦେଇଥିଲେ । ତା ସହିତ ଜିଲ୍ଲାର ସାଧାରଣ ସମ୍ପାଦକ ଅମୀର ନାଏକ, ବାଲିସଙ୍କରା ମଣ୍ଡଳର ସଭାପତି ତଥା ଜିଲ୍ଲା ଉପସଭାପତି ବସନ୍ତ ସାହୁ ଓ ଦଳର ବରିଷ୍ଠ କର୍ମକର୍ତ୍ତା ଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରକଳ୍ପକୁ ଲୋକଲୋଚନକୁ ଆଣିବା ଏହି ସଭାର ମୁଖ୍ୟ ଉଦେଶ୍ୟ ବୋଲି ଜିଲ୍ଲା ସଭାପତି ଦର୍ଶାଇଛନ୍ତି । ଲୋକଙ୍କ ସାଧାରଣ ସମସ୍ୟା ସହିତ ତାର ନିରାକରଣ ସମ୍ପର୍କରେ
ବିଶେଷ ଆଲୋଚନା କରାଯାଇଥିଲା ।
ସୁଖା ମହାଦେବ ଶିବ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଦ୍ଵିତୀୟ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ
|
July 27, 2021 |
