ସୁକିନ୍ଦା ତହସିଲଦାର ନିଲମ୍ବିତ; ନାଗିନ୍ ଡ୍ୟାନ୍ସ ମହଙ୍ଗା ପଡ଼ିଲା

Spread the love

ଯାଜପୁର ସଦର,୨୦ା୦୬(ସନ୍ଧାନ ନିଉଜ): ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲର ତହସିଲଦାର ଭାଈ ବିଭାଘରରେ ନାଗିନ ଡ୍ୟାନ୍ସ ନାଚିବାରୁ କୋଭିଡ଼ କଟକଣାକୁ ଅମାନ୍ୟ କରି ଜଣେ ଜିଲ୍ଲା ପ୍ରଶାସନ ଅଧିକାରୀ ବିଭାଘରେ ନାଚିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଘଟଣାରୁ ପ୍ରକାଶ ଯେ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ପାଇଁ ନାଗିନ ଡ୍ୟାନ୍ସ ମହଙ୍ଗା ପଡ଼ିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, କିଛି ଦିନ ତଳେ ପାଣିକୋଇଲି ଥାନାରେ ନାଗିନ୍ ଡ୍ୟାନ୍ସ କରୁଥିବା ତଳିଆ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଥିବା ବେଳେ, ଯାଜପୁର ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ଭାଈ ବିଭାଘରେ ନାଗିନ ଡ୍ୟାନ୍ସ କରିଥିବାରୁ ଏହି ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଥିଲା । ଯାହାକି ଆଜି ସୁକିନ୍ଦା ତହସିଲଦାରଙ୍କୁ ରାଜ୍ୟସରକାର ଚାକିରିରୁ ନିଲମ୍ବିତ କରିଥିବା ଦେଖିବାକୁ ମିଳିଚି । ଜଣେ ଜିଲ୍ଲା ପ୍ରଶାସନ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବାପାଇଁ ଆସିଥିବା ବେଳେ, ଭାଈ ବିଭାଘରେ କିପରି ନାଗିନ୍ ଡ୍ୟାନ୍ସ କଲେ ତାହା ବଡ଼ ଆଶ୍ଚମ୍ବିତ କରିଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମେ ୨୧ ତାରିଖରେ ଭାଈ ବିଭାଘରେ ଶ୍ରୀମତୀ ବୁଲବୁଲ ବେହେରା ନାଗିନ୍ ଡ୍ୟାନ୍ସ କରି ଚର୍ଚ୍ଚାରେ ଆସିଥିଲେ । ଜଗସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ଏକ ବିରାଟ ଶୋଭାଯାତ୍ରାରେ ୭୫ରୁ ଉର୍ଦ୍ଧ୍ୱ ଲୋକ ମାନଙ୍କୁ ନେଇ ପ୍ରସେସନ୍‌ରେ ଯାଇଥିବା ବେଳେ, ସେଠାରେ ନାଗିନ୍ ଡ୍ୟାନ୍ସ ତାଙ୍କୁ ମହଙ୍ଗା ପଡ଼ିଥିଲା । ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଂଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତ୍ତୋଲ ଥାନାରେ ଏକ ଦେସ କରାଯାଇଥିବା ବେଳେ, କେସ୍ ନଂ- ୧୯୬/୨୧ ଭାରତୀୟ ଦଣ୍ଡଧାରା ୧୮୮, ୨୬୯, ୨୭୦, ୩୪ ଆଇପିସିରେ ମହାମାରୀ ଆଇନର ଧାରା ୩୫୧ ବିପର୍ଯ୍ୟୟ ପରିଚାଳନା ସଙ୍ଗିନ ମାମଲା ଶ୍ରୀମତୀ ବେହେରାଙ୍କ ବିରୋଧରେ ରୁଜୁ କରାଯାଇଥିଲା । ଏହି ଘଟଣାକୁ ନେଇ ମାନବଅଧିକାର କମିଶନର ଚଳୀତ ମାସ ୭ ତାରିଖ ଦିନ ଜଗସିଂହପୁର ଜିଲ୍ଲାପାଳକୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବୁଲବୁଲ ବେହେରା କରିଥିବା କୋଭିଡ଼ କଟକଣାକୁ ଉଲ୍ଲଘଂନ କରିଥିବା ଘଟଣାକୁ ନେଇ ରାଜସ୍ୱ ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମତୀ ବୁଲବୁଲ ବେହେରାଙ୍କୁ ନିଲମ୍ବିତ କରାଯାଇଚି ।

Related Posts

About The Author

Add Comment