ସୀମ ସୁରକ୍ଷା ବଳରେ ସାମିଲ ହେଲେ ସୁନ୍ଦରିଆ ଯୁବକ ଅଭୟ ବେହେରା ଭାରତ ମା’ର ସେବା କରିବେ; ଗ୍ରାମରେ ଦିଆଗଲା ବ୍ୟପକ ସମ୍ବର୍ଦ୍ଧନା

Spread the love

ଧର୍ମଶାଳା, ୨୪/୦୩ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ସୁନ୍ଦରିଆ ଗ୍ରାମର ଯୁବକ ଅଭୟ କୁମାର ବେହେରା ଭାରତୀୟ ସୀମା ସୁରକ୍ଷା ବଳରେ ସାମିଲ ହୋଇଛନ୍ତି । ତାଙ୍କର ଏହି କୃତିତ୍ୱରେ ସମର୍ଗ ଅଂଚଳରୁ ତାଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଛି । ସୁନ୍ଦରିଆ ଗ୍ରାମର ଅଜୟ କୁମାର ବେହେରା ଏବଂ କୁନି ବେହେରାଙ୍କ ପୁତ୍ର ହେଉଛନ୍ତି ଅଭୟ । ଛୋଟ ବେଳରୁ ସେନା ବାହିନୀରେ ଯୋଗ ଦେବାର ଇଚ୍ଛା ଜ୍ରାଗତ ହୋଇଥିଲା । ଏଥିପାଇଁ ବିଭିନ୍ନ ସମୟରେ ଶାରିରୀକ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ପରିଶେଷରେ ସୀମା ସୁରକ୍ଷା ବଳରେ ଉଭୟ ଶାରୀରିକ ଏବଂ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କୃତକାର୍ଯ୍ୟ ପରେ ସେ ବାଙ୍ଗୋଲରେ ତାଲିମ ଗ୍ରହଣ କରିଥିଲେ । ପରେ ତାଙ୍କୁ ଜାମ୍ମୁରେ ନିୟୋଜିତ କରାଯାଇଥିବା ଅଭୟ ପ୍ରକାଶ କରିଛନ୍ତି । ଆଜି ଅଭୟ ଗ୍ରାମରେ ପଂହଚିବା ପରେ ଗ୍ରାମବାସୀଙ୍କୁ ପକ୍ଷରୁ ଫୁଲତୋଡା ଦିଆଯିବା ସହ ମିଠା ଖୁଆଇ ଗ୍ରାମକୁ ପାଛୋଟି ନେଇଥିଲେ । ଏହି ସମ୍ବର୍ଦ୍ଧନା ସମୟରେ ଗ୍ରାମ ପଂଚାୟତର ସରପଂଚ ନିର୍ମଳ ଦାସ,ସମିତିସଭ୍ୟ ନିତ୍ୟାନନ୍ଦ ବିଶ୍ୱାଳ, ଆମ ଏøତିହ ସମ୍ପାଦକ ମାନସ ରାଉତ, ଅମୂଲ୍ୟ ବାରିକ, ଆଶିଷ ବିଶ୍ୱଳ, ପ୍ରଶାନ୍ତ ଦାସ,ସେକ୍ ତଫିଜୁଲ, ନିୟୁ ଲାଇଫ ୟୁଥ୍ କ୍ଲବ ସଭାପତି ସପ୍ତ ସାଗର ଦାସ, ଅଶୋକ ବିଶ୍ୱଳ, ରାଜୀବ ଦାସ, ଅର୍ଜନୁ ସେଠୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହିତ ଗ୍ରାମର ଏବଂ ଜିଲ୍ଲା ଏବଂ ରାଜ୍ୟର ନାମ ରଖିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

 

Related Posts

About The Author

Add Comment