ସୀମା ଟପୁଛି ଧଳାଜହର କାରବାର, ପୁରୀରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍‌

Spread the love

ପୁରୀ, ୧୨/୦୧ /୨୦୧୨ (ସନ୍ଧାନ ନିଉଜ ) ରାଜ୍ୟରେ ଦିନକୁ ଦିନ ସୀମା ଟପୁଛି ଧଳାଜହର କାରବାର । ପ୍ରତିଦିନ ରାଜ୍ୟ ବହାରୁ ରାଜ୍ୟ ଭିତରକୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର ଚାଲାଣ କରାଯାଉଥିବା ବେଳେ ରାଜ୍ୟ ପୋଲିସ୍ ପାଇଁ ଏହି ନେଟୱାର୍କର ପତ୍ତା ଲଗାଇବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ସମାନ ଭାବରେ ଆଜି ପୁରୀ ଜିଲ୍ଲାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ କରିଛି ଅବକାରୀ ବିଭାଗ ।

ସୂଚନା ଅନୂସାରେ ପୁରୀ ବାସେଳୀସାହି ନିକଟରେ ଧଳାଜହର କାରବାରର ସୂଚନା ପାଇ ପୋଲିସ୍ ଚଢାଉ କରି ପୁରା ଯୋଜନା ପଣ୍ଡ କରିବା ସହିତ ୧୨୦ ଗ୍ରାମର ଧଳାଜହର ଜବତ୍ କରିଥିବା ଜଣାପଡିଛି ଯାହାର ଆନୂମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି ।

ଏହି ମାମଲାରେ ପୁରା କାରବାରରେ ଜଡିତ ଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ପୁରୀ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment