ସୀମା ଟପିଗଲା ଗୁଣ୍ଡା ମାନଙ୍କ ଆତଙ୍କ: ରାତି ଅଧରେ ହିଟାଚି ଲଗାଇ ଘର ଭାଙ୍ଗିଦେଲେ ଦୁର୍ବୁତ୍ତ

Spread the love

କଟକ, ୧୪/୧/୨୦୨୦ (ସନ୍ଧାନ ନିଉଜ) ଅମାନୁଷିକ ର ସୀମା ଟପିଗଲା ଗୁଣ୍ଡା ମାନଙ୍କ ଆତଙ୍କ l ରାତି ଅଧରେ ଘରେ ସୋଇଥିବା ବେଳେ ଜୋରଜବରଦସ୍ତ ହିଟାଚି ଲଗାଇ ଘର ଭାଙ୍ଗିଦେଲେ ଦୁର୍ବୁତ୍ତ l ଏ କୌଣସି ଆତଙ୍କବାଦୀ ଅଂଚଳ ନୁହେଁ ବରଂ ଖୋଦ କଟକ ଜିଲ୍ଲା କିସନନଗର ଥାନା ପୁରୁଣାହାଟ ଓଡ଼ିକିମିରା ଗ୍ରାମର ସରକାରୀ ଜାଗାରେ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ରହିଆସୁଥିବା ଦଳିତ ଲୋକ ନିରଂଜନ କାଣ୍ଡିଙ୍କ ପରିବାର l ଘଟଣାରୁ ଜଣା ପଡ଼ିଛି କି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସୋଗଲ ଗ୍ରାମର ଚିତରଞ୍ଜନ ପୁହାଣ ଓରଫ ମିଟୁ ଓ ଅଭିରାମ ମିଶ୍ର ଏବଂ ତାଙ୍କ ପୋଷା ଗୁଣ୍ଡା ମାନଙ୍କୁ ନେଇ ରାତି ଅଧରେ ଆତଙ୍କରାଜ ଚାଲିଥିଲେ l କୁହାଯାଉଛି କି ଚିତରଞ୍ଜନ ଓରଫ ମିଟୁ କିସନନଗର ଅଂଚଳର ଜଣେ ଜଣା ଶୁଣା ପେଶାଦାରୀ ଗୁଣ୍ଡା ଏବେ କୁଆଡେ ବାବୁ ଜଣଙ୍କ ନେତା ବୋଲାଇ ଛନ୍ତି ଏପରିକି ବିଜେଡି ନେତାଙ୍କ ଛତ୍ରଛାୟା ତଳେ l ଏଭଳି ଉନ୍ନତକାଣ୍ଡ ଭିଆଇଲା ପରେ ତାଙ୍କ ବିରୋଧରେ କେହି ମୁହଁ ଖୋଲି ନାହାନ୍ତି l କାରଣ ବାବୁ ଜଣେ ନାମୀ ଦାମୀ ଗୁଣ୍ଡା ତ ବୋଧ ହୁଏ ସେଇଥି ପାଇଁ ତାଙ୍କୁ ସମସ୍ତେ ଡରୁଛନ୍ତି l ତେବେ ବଡ଼ ପ୍ରଶ୍ନ ଉଠୁଛିକି ସ୍ୱାଧୀନତା ପରେ ବି ବ୍ରିଟିଶ ଶାସନ ପରି ଆଜିର ସମୟରେ ଚାଲିବା ଏକପ୍ରକାର ପରାଧୀନ ର ଶିକାର ସହ ସମାନ l ଏନେଇ ନିରଂଜନ ଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଗୁଣ୍ଡାରାଜ ଚଳାଇଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିନି କଣ ପାଇଁ ପୋଲିସ ମୁହଁ ଉପରେ କିଛି ମୋଟା ଅଙ୍କର ଅର୍ଥ ପଡ଼ିନାହିଁ ତ,  ନା ନେତାଙ୍କ ନିର୍ଦେଶ ପରେ ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ ମାନକରା ଯାଇଛି l ଏପଟେ ଥାନା ବାବୁ ଜଣଙ୍କ କେବଳ ଅଭିଯୁକ୍ତ ନାମରେ ମାମଲା ରୁଜୁ କରୁ ହାତ ବାନ୍ଧି ବସିଛି l ଏପଟେ କିସନନଗର ତହସିଲଦାର ଙ୍କୁ ଆମେ ପଚାରିବାରୁ ସେ ଏଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଥିଲେ l ତେବେ ଖରା,ଶୀତ,କାକରରେ ପଦାରେ ପଡିରହିଛନ୍ତି ଦଳିତଙ୍କ ପରିବାର ବାହାରେ ରୋଷେଇ କରି ଖାଉଛନ୍ତି l ଘରର ସମସ୍ତ ଜିନିଷପତ୍ର ସବୁ ହିଟାଚି ଲଗାଇ ମାଟିରେ ମିସାଇଦେଇଛନ୍ତି l କେବଳ ସେତିକି ନୁହେଁ ବରଂ ତାଙ୍କ ପଡ଼ୋଶୀ ଗୀତାଞ୍ଜଳି କାଣ୍ଡି ଙ୍କ ଗଛ ବୃଛ ହାଣିବା ସହ ଧାନ ଖଳାରୁ ଧାନ ଫିଙ୍ଗିଦେଇଛନ୍ତି l ଏପରିକି ଜଣେ ଗର୍ଭବତୀ ମହିଳାଙ୍କୁ ଟଣା ଓଟରା କରି ଘରୁ ବାହାରକୁ ଛାଡିଦେଲେ ଦୁର୍ବୁତ୍ତ ମାନେ l ତେବେ ସମୟ କହିବ ପ୍ରକୃତ ନ୍ୟାୟ କେବେ  ପାଇବେ ଦୁଇଟି ଦଳିତ ପରିବାର ଓ ଅଭିଯୁକ୍ତକୁ କେବେ ଗିରଫ କରିବ ପୋଲିସ ତାହା ଦେଖିବାକୁ ବାକି ରହିଲା l

Related Posts

About The Author

Add Comment