ସୀମାର ୫୦ ପୁଲିସକର୍ମୀଙ୍କୁ ଧରି ନେଇଛି ତାଲିବାନ୍‌

Spread the love

କାବୁଲ, ୧୭/୩ (ସନ୍ଧାନ ନିୟୁଜ) : ଆଫଗାନିସ୍ଥାନ ବର୍ଡର ପୁଲିସର ୫୦ ଜଣ ଯବାନଙ୍କୁ ଆତଙ୍କୀ ସଙ୍ଗଠନ ତାଲିବାନ୍‌ ନିଜ କବଜାରେ ରଖିଛି। ଆଫଗାନିସ୍ଥାନ ପଶ୍ଚିମ ପ୍ରାନ୍ତ ବାଦଗିସ୍‌ରେ ଆତଙ୍କବାଦୀଙ୍କ ସହ ଲଢ଼େଇ ସମୟରେ ବର୍ଡର ପୁଲିସକର୍ମୀଙ୍କୁ ଘେରି ଯାଇଥିଲେ, ଫଳରେ ସେମାନେ ଆତଙ୍କବାଦୀଙ୍କ ନିକଟରେ ଆତ୍ମସର୍ପଣ କରି ଦେଇଥିଲେ।

ସ୍ଥାନୀୟ ଅଧିକାରୀ ସୂତ୍ରରୁ ପ୍ରକାଶ, ଗୃହ ମନ୍ତ୍ରାଳୟ ଆଧାରରେ ଆସୁଥିବା ବର୍ଡର ପୁଲିସର ପାଖାପାଖି ୧୦୦ଜଣ ଯବାନ ନିଜର ଚୌକି ଛାଡ଼ି ପଳାଉଥିଲେ। ସେମାନଙ୍କ ପଡୋଶୀ ଦେଶ ତୁର୍କମୋନିସ୍ତାନର ପଶିବା ପାଇଁ ଉଦ୍ୟମ କରୁଥିଲେ, କିନ୍ତୁ ସେମାନଙ୍କୁ ଏମିତି କରିବାକୁ ରୋକା ଯାଇଥିଲା। ଏହାପରେ ୫୦ଜଣ ପୁଲିସକର୍ମୀ ତାଲିବାନ ସାମ୍ନାରେ ଆତ୍ମସମର୍ପଣ କରିଥିଲେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ। ତେବେ ତାଲିବାନ୍‌ ଦାବି କରିଛି ତା’ ପାଖରେ ୯୦ ପୁଲିସକର୍ମୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ତାଲିବାନ୍‌ ଟୁଇଟରରେ ଫଟୋ ବି ଛାଡିଛି । ତାଲିବନ୍‌ କିଛି ପୁଲିସକର୍ମୀଙ୍କ ମୃତ୍ୟୁ କଥା ବି କହିଛି। କିନ୍ତୁ ଏଯାବତ୍‌ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଏବେ ବି ୫୦ ପୁଲିସକର୍ମୀ ଅଫଗାନିସ୍ଥାନର ବାଦଗିସ୍‌ପ୍ରାନ୍ତର ବାଲା ମୁର୍ଗବ ଜିଲ୍ଲାରେ ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି।

Related Posts

About The Author

Add Comment