ସୀମାନ୍ତରେ ଓଡିଶାବାସୀ ଆନ୍ଧ୍ରକୁ ବିରୋଧ କଲେ

Spread the love

କୋରାପୁଟ, ୦୨/୦୧/୨୧ (ସନ୍ଧାନ ନିଉଜ) : ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନାବେଡା ସୀମା ବିବାଦ ସମାଧାନ ନିମନ୍ତେ ଉଭୟ ରାଜ୍ୟ ମଧ୍ୟରେ ୨ ଥର ଆଲୋଚନା କରାଯାଇଥିଲେ ସୁଦ୍ଧା ସମାଧାନ ହୋଇ ନ ଥିବା ବେଳେ ଆଜି ସୁନାବେଡାଠାରେ ଗ୍ରାମବାସୀମାନେ ଆନ୍ଧ୍ରକୁ ବିରୋଧ କରିଥିବା ଜଣାପଡିଛି।ସୁନାବେଡାଟାରୁ ର ଦୂରରେ ଥିବା ଏକ।ଆମ୍ବଗଛ ନିକଟରେ ସମ୍ବାଇ ପଂଚାୟତର ୧୪ ଖଣ୍ଡ ଗ୍ରାମବାସୀ ଏକତ୍ରୀତ ହୋଇ ନୂତନ ବର୍ଷ ନିମନ୍ତେ ଭୋଜି କରୁଥିବା ବେଳେ ଆନ୍ଧ୍ରର ଡେକାପାର ଗ୍ରାମବାସୀ ପହଂଚି ଆମ୍ଭ ସୀମାନ୍ତରେ କାହିଁକି ପ୍ରବେଶ କରୁଛ ବୋଲି କହି ବିରୋଧ କରିଥିଲେ।ଉଭୟ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ଉତେଜନା ପ୍ରକାଶ ପାଇଥିଲା।ଏହାପରେ ଉପସ୍ଥିତ ପଂଚାୟତବାସୀ ମାନେ ତୀବ୍ର ବିରୋଧ କରିବାରୁ ଡେକାପାର ଗ୍ରାମବାସୀମାନେ ଘଟଣାସ୍ଥଳ ଛାଡି ପଳେଇ୍‌ାଇଥିଲେ। ଏହାପରେ ପଂଚାୟତବାସୀମାନେ ମେଳି ହøାଇ ଆନ୍ଧ୍ର ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇ ଏକ ଶୋଭାଯାତ୍ରାକରି ସୀମା ଚିହ୍ନଟ ତୁରନ୍ତ କରିବାକୁ ଦାବି କରିଥିଲେ। ଓଡିଶା ଓ ଆନ୍ଧ୍ର ପକ୍ଷରୁ ୨ ଥର ଆଲୋଚନା କରାଯିବା ପରେ ଗତମାସ ୨୮ ତାରିଖ ଦିନ ଉଭୟ ପକ୍ଷ ଆଲୋଚନା କରିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା।କିନ୍ତୁ ଆନ୍ଧ୍ରର ଅଧିକାରୀମାନେ ନ ଆସିବାରୁ ତାହା ହୋଇ ପାରି ନ ଥିଲା ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।ଜାନୁଆରୀ ପ୍ରଥମ ସପ୍ତାହରେ ଆସିବେ ବୋଲି କୁହାଯାଇଥିଲା ଯଦି ଆସିବେ ତାହା ହେଲେ ଲୋଚନା କରାଯାଇ ସୀମା ଚିହ୍ନଟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଯଦି ନ ଆସିବେ ତେବେ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Related Posts

About The Author

Add Comment