ବୈପାରିଗୁଡା, ୨୦/୪ (ସନ୍ଧାନ ନିୟୁଜ/ସରୋଜ କୁମାର ଲେଙ୍କା) – କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ମୁଣ୍ଡାଗୁଡା ଠାରେ ସି ୱାଇ ଏସ ଡି – ପ୍ରୟାସ ପକ୍ଷରୁ ୨୪ବର୍ଷ ଫୁର୍ତ୍ତି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷ ଗ୍ରାମ ଭିତ୍ତିକ ସଂଗଠନ ର ମୁଖ୍ୟ ମାନଙ୍କୁ ନେଇ ଦୁଇଦିନିଆ ଆଲୋଚନା ଚକ୍ର ଶିବିର ଉଦଘାଟିତ ହୋଇଯାଇଛି ।ଏହି ଆଲୋଚନା ଚକ୍ର ରେ ଉତ୍ପାଦକ ଦଳ, ଉତ୍ପାଦକ କମ୍ପାନୀ, ଗ୍ରାମ ଉର୍ଣ୍ଣୟନ ସଂଗତ, ସ୍ୱୟଂ ସହାୟକ ଦଳ, ସ୍ୱୟଂ ସହାୟକ ଦଳ ମାନଙ୍କର ମହାସଂଘ, କୃଷକ ସଙ୍ଗଠନ ଓ ଯୁବକ ସଂଘର ମୁଖ୍ୟକର୍ମକର୍ତ୍ତାମାନେ ଯୋଗଦେଇ ଗ୍ରାମ ସଂଘଠନ ମାନଙ୍କର ସ୍ଥିତି,ସୁଯୋଗ, ଆହ୍ୱାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ସି ୱାଇ ଏସ ଡି – ପ୍ରୟାସ ଗତ ୨୪ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପଛୁଆ ଓ ଦୁର୍ଗମ ଗ୍ରାମ ମାନଙ୍କରେ ଗ୍ରାମ ସଂଘଠନ ଗଠନ ଓ ଏହାକୁ ସୁଦୃଢ଼ିକରଣ କରିବା ସହିତ ଯୋଜନାବୋଧ ଭାବରେ ସରକାରୀ ଓ ବେସରକାରୀ ସଂଘଠନ ସହ ମିଶି କାର୍ଯ୍ୟ ରୂପାୟନ ଦିଗରେ ନିଜର ପ୍ରଚେଷ୍ଟା ଜାରି ରଖିଛି ।ଫଳ ସ୍ୱରୂପ ପ୍ରାୟ ୬ଶହ ରୁ ଉର୍ଦ୍ଧ୍ବ ଗ୍ରାମ ଭିତ୍ତିକ ସଂଘଠନ, ୬୦ରୁ ଉର୍ଦ୍ଧ୍ବ ପଂଚାୟତ ଓ ବ୍ଲକ ସ୍ତରୀୟ ସଙ୍ଘଠନମାନ ମୁଣ୍ଡ ଟେକି ଛିଡ଼ା ହୋଇପାରିଛନ୍ତି ।ଏହି ସଂଘଠନ ଗୁଡିକର ପ୍ରଶାସନିକ ଦକ୍ଷତା, ଆର୍ଥିକ ପରିଚାଳନା, ନେତୃତ୍ୱ ପରିଚାଳନା ଓ ସର୍ବପରି ବିଭିନ୍ନ କ୍ଷେତ୍ରରେ ପରିଦର୍ଶିତ ନିମନ୍ତେ କାର୍ଯ୍ୟ ଦକ୍ଷତା ବୃଦ୍ଧି ଓ ନିରନ୍ତର ସହଯୋଗ କାର୍ଯ୍ୟକ୍ରମ ପ୍ରୟାସ ହାତକୁ ନେଇଛନ୍ତି ।ଏହି ସଂଗଠନ ଗୁଡ଼ିକ କୋରାପୁଟ ଜିଲ୍ଲାର ୧୧ଟି ବ୍ଲକ ର ୩୯ଟି ଗ୍ରାମ ପଞ୍ଚାୟତ ରେ ୩୮୭ଟି ଗ୍ରାମରେ ସକ୍ରିୟ ଭାବେ କାର୍ଯ୍ୟ ସମ୍ପାଦନ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ସହ ମିଶି ଗ୍ରାମର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ବହୁ ଚେଷ୍ଟା କରୁଛି ।ଉକ୍ତ କାର୍ଯ୍ୟକ୍ରମ କିଭଳି ଭାବେ ଆଗକୁ ବଢିପାରିବ ଏବଂ ଲୋକଲୋଚନକୁ ଆସିପାରିବ ସେ ଉପରେ ଅନୁଷ୍ଠାନ ର କର୍ମୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମ ର ମୁଖ୍ୟଲକ୍ଷ ଗ୍ରାମ୍ୟ ସଂଘଠକ ମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ଓ ବିଭିନ୍ନ ବିକାଶ ଧାରା, କାର୍ଯ୍ୟକ୍ରମ ରେ ସମାଜର ଅବହେଳିତ ବ୍ୟକ୍ତି ଓ ପରିବାରକୁ ସାମିଲ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଚିରନ୍ତନ ବିକାଶ ଲକ୍ଷରେ ଅବହେଳିତ ମହିଳା, ଭିନ୍ନକ୍ଷମ, ବିକାଶ କାର୍ଯ୍ୟକ୍ରମ ରୁ ବଞ୍ଚିତ ବ୍ୟକ୍ତି ବା ପରିବାରମାନଙ୍କୁ ସାମାଜିକ ସମାନତା ଉପରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ସି ୱାଇ ଏସ ଡି ର ଗ୍ରାମ ସଂଗଠନ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀଯୁକ୍ତ ମହେଶ ଛାଟୋଇ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମ ରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଉତ୍ପାଦିତ ଦ୍ରବ୍ୟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀ ଓ ବହୁଳ ବ୍ୟବହାର ନିମନ୍ତେ ପ୍ରତିଭାଗୀମାନଙ୍କୁ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ସି ୱାଇ ଏସ ଡି ର ଅନ୍ୟାନ୍ୟ ସହକର୍ମୀମାନଙ୍କ ସହିତ ପ୍ରସନ୍ନ ମହାରଣା, ସାଗର ମହାନ୍ତି, କମଳକାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।
ସି ୱାଇ ଏସ ଡି – ପ୍ରୟାସ ପକ୍ଷରୁ ୨୪ବର୍ଷ ଫୁର୍ତ୍ତି ଅବସରରେ ଏକ ଆଲୋଚନା ଚକ୍ର
|
April 20, 2019 |