ସି.ଡି.ଏମ୍.ଓ. ସ୍ତରରେ ଅଦଳ ବଦଳ

Spread the love

ବାରିପଦା ୨୧/୬ (ନି.ପ୍ର) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ସି.ଡି.ଏମ.ଓ. ଓ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଅଛି । ବୌଦ୍ଧ ସି.ଡି.ଏମ.ଓ. ଡ. ଲକ୍ଷ୍ମୀଧର ସାହୁଙ୍କୁ କେପିଟାଲ୍ ହସ୍ପିଟାଲର ନିଦେ୍ର୍ଦଶକ ଓ ପୁରୀ ଜିଲ୍ଲା ସି.ଡି.ଏମ.ଓ. ଡ. ନୀଳକାନ୍ତ ମିଶ୍ରଙ୍କୁ ରାଉରକେଲା ଜେନେରାଲ୍ ହସ୍ପିଟାଲର ନିଦେ୍ର୍ଦଶକ ଭାବେ ପଦନ୍ନତି ମିଳିଅଛି । କେନ୍ଦ୍ରାପଡା ସି.ଡି.ଏମ.ଓ. ଡ. ଅଲିମଲ୍ଲା ମିଶ୍ର ଏବଂ ଗଜପତି ସି.ଡି.ଏମ.ଓ. ଡ. ଗୁନୁରାନି ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ଭାବେ ପଦନ୍ନତି ମିଳିଅଛି । ଢେଙ୍କାନାଳ ସି.ଡି.ଏମ.ଓ. ନିରଂଜନ ମିଶ୍ରଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶକ ଖୋଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେସଜ ବିଶେଷଜ୍ଞ ବିରଂଚି ନାରାୟଣ ବାରିକଙ୍କୁ କ୍ୟାପିଟାଲ୍ ହସ୍ପିଟାଲର ଅଧ୍ୟକ୍ଷକ ଭାବେ ପଦନ୍ନତି ଦିଆଯାଇଅଛି । ବାଲେଶ୍ୱର ସି.ଡି.ଏମ.ଓ. ଡ. ବାନାର୍ଜି ପ୍ରସାଦ ଛଟରାୟଙ୍କୁ ଯାଜପୁର ସି.ଡି.ଏମ.ଓ. ଭାବେ ବଦଳି କରାଯାଇ ଅଛି । ସିଟି ହସ୍ପିଟାଲରୁ ଡ. ଶକ୍ତି ପ୍ରସାଦ ମିଶ୍ରଙ୍କୁ ମାଲକନାଗା ଗିରି ସି.ଡି.ଏମ.ଓ., ଡ.ଅରୁଣ କୁମାର ପାତ୍ର ବରଗଡ ସି.ଡି.ଏମ.ଓ. ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଦୀପ କୁମାର ପାତ୍ର ଗଜପତି ସି.ଡି.ଏମ.ଓ., ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁମାର ଶଂକର ମିଶ୍ର ଗାଂଜାମ ସି.ଡି.ଏମ.ଓ., ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସୋରଜ କୁମାର ମିଶ୍ର, ସୁନ୍ଦରଗଡ ସି.ଡି.ଏମ.ଓ. ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ରୁପଭାନୁ ମିଶ୍ର, ମୟୂରଭଞ୍ଜ ସି.ଡି.ଏମ.ଓ. ରୂପେ ଅବସ୍ଥାପିିତ କରାଯାଇଛି । ଡ. ଲାଲମୋହନ ରାଉତରାୟ ରାଉରକେଲା ଜେନେରାଲ୍ ହସ୍ପିଟାଲର ଅଧିକ୍ଷକ ଡ. ରଞ୍ଜିତା ବିଶ୍ୱାଳ, ନାୟଗଡ ସି.ଡି.ଏମ.ଓ. ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁଲାସେନ୍ ଜଗତ୍ଦେଓ ବାଲେଶ୍ୱର ସି.ଡି.ଏମ.ଓ. ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅଭୟ କୁମାର ଦାସ, ଅନୁଗୁଳ ସି.ଡି.ଏମ.ଓ., ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସନ୍ତୋଷ କୁମାର ପାତ୍ର ଭଦ୍ରକ ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଭିମସେନ୍ ସାହୁ ବଲାଙ୍ଗିର ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରତାପ କୁମାର ବେହେରା, କଳାହାଣ୍ଡି ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ରାଣୀ ମିଶ୍ର, ଢେଙ୍କାନାଳ ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମକରନ୍ଦ ବେହେରା କରାପୁଟ୍ ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଅନିତା ପଟ୍ଟନାୟକ, କେନ୍ଦ୍ରାପଡା ସି.ଡି.ଏମ.ଓ. ଭାବେ ବଦଳି କରାଯାଇ ଅଛି । ଖୋର୍ଦ୍ଧା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ସୁଜାତା ମିଶ୍ରଙ୍କୁ ପୁରୀ ସି.ଡି.ଏମ.ଓ. ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଭଦ୍ରକ ଜିଲ୍ଲାର ଡ.. ପ୍ରଫୁଲ୍ଲ କୁମାର ନନ୍ଦଙ୍କୁ ସ୍ତ୍ରୀ ଓ ପ୍ରସୁତି ବିଭାଗର ବିଶଷଜ୍ଞ ଭାବେ ବଦଳି କରାଯାଇଛି ।
ରିପୋର୍ଟ-ଲିଙ୍ଗରାଜ ପଣ୍ଡା

Related Posts

About The Author

Add Comment