ସି.ଏ.ଏ ସଚେତନତା ପାଇଁ ବୁଦ୍ଧିଜୀବି ସମ୍ମିଳନୀ: ଦେଶରେ ନାଗରିକତ୍ୱ ପାଇଥିବା ସଂଖ୍ୟାଲଘୁ ନାଗରିକିତ୍ୱ ହରାଇବେ ନାହିଁ

Spread the love

ଚଣ୍ଡିଖୋଲ,୯/୧ (ସନ୍ଧାନ ନିୟୁଜ/ମାନସ ରାଉତ) : ଦେଶରେ ଲାଗୁ ହୋଇଥିବା ନାଗରିକତ୍ୱ ସଂଶୋଧନ ଅଧିନିୟମ ବିଲ୍କୁ ନେଇ ଲାଗିରହିଥିବା ଭିନ୍ନ ଧାରଣା ଓ ଅପପ୍ରଚାରକୁ ପ୍ରସମିତ କରିବା ପାଇଁ ତଥା ଏ ସମ୍ପର୍କରେ ବୁଦ୍ଧିଜୀବୀ ମାନଙ୍କୁ ଅବଗତ କରିବା ପାଇଁ ୯ ତାରିଖ ଦିନ ଛତିଆ ଠାରେ ବଡଚଣା ମଣ୍ଡଳ ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବି ସମ୍ମିଳନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଜେପି ନେତା ତଥା ରାଜ୍ୟ ପ୍ରବକ୍ତା ଅମର ନାୟକଙ୍କ ଅ୍ମକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଐର ଖାରବେଳ ସ୍ୱାଇଁ ଯୋଗ ଦେଇ ସଂସଦରେ ପାରିତ ହୋଇଥିବା ଏହି ବିଲ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଭାରତବର୍ଷରେ ନାଗରିକତ୍ୱ ପାଇ ବସବାସ କରୁଥିବା କୋ÷ଣସି ସଂଖ୍ୟାଲଘୁ ସମ୍ପ୍ରଦାୟ ଏହି ବିଲକୁ ନେଇ ଭୟଭୀତ ହେବାର କିଛି ନାହିଁ ବା ସେମାନେ ନାଗରିକତ୍ୱରୁ ବଞ୍ଚôତ ହେବା ପ୍ରଶ୍ନ ଉଠୁ ନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ଭାରତ ବିରୋଧି କିଛି ଶକ୍ତି ଅପପ୍ରଚାର ଚଳାଇ ଅରାଜକତା ଓ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଧର୍ମ ଆଧାରରେ ଦେଶ ବିଭାଜନ ସମୟରୁ ଆମ ପଡୋଶୀ ଦେଶ ପାକିସ୍ଥାନ, ବାଂଗ୍ଲାଦେଶ ଓ ଆ‘ଗାନିସ୍ଥାନରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ଇସାଇ, ବୋ÷ଦ୍ଧ, ଜୈନ ଓ ପାର୍ଶୀ ଧର୍ମର ଲୋକ ନାହିଁ ନ ଥିବା ଯନ୍ତ୍ରଣାର ଶିକାର ହୋଇ ସେ ଦେଶ ଛାଡି ଭାରତକୁ ଆସି ଆଶ୍ରୟ ନେଉଛନ୍ତି । ସେମାନଙ୍କୁ ନାଗରିକତ୍ୱ ଦେଇ ଦେଶରେ ବସବାସ କରିବାର ଅଧିକାର ଦେବା ପାଇଁ ଏହି ବିଲ୍ର ମୂଖ୍ୟ ଲକ୍ଷ ବୋଲି ସେ କହିଥିଲେ । ଏଥିରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଭୁବନ ମୋହନ ଜେନା, ଜିଲ୍ଲା ବିଜେପି ଉପ ସଭାପତି ଦେବଜାନି ପ୍ରଧାନ ଓ ରାଜ୍ୟ ପରିଷଦ ସଭ୍ୟ ରମାକାନ୍ତ ରାଉତ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଲୋଚନା ଚକ୍ର ପରେ ଉପସ୍ଥିତ ବୁଦ୍ଧିଜୀବିମାନଙ୍କର ଏ ବିଷୟକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଶ୍ରୀ ସ୍ୱାଇଁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମ୍ମରେ ଅନନ୍ତ ଚରଣ ସେଣ୍ଢ, ଅକ୍ଷୟ କୁମାର ନନ୍ଦ, ବୈକୁଣ୍ଠ ସାମନ୍ତରାୟ, ଧିରେନ୍ଦ୍ର ରାଉତ୍, କେଶବ ଚନ୍ଦ୍ର ଦାସ, ପ୍ରାକ୍ତନ ବ୍ଲକ୍ ଅ୍ମକ୍ଷ ନିରଂଜନ ସାହୁ, ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ, ଲଲାଟେନ୍ଦୁ ମହାପାତ୍ର, ନୀଳମଣି ରାଉତ୍, ଦେବେନ୍ଦ୍ର ଜେନା, ପ୍ରଦୀପ ସାମଲ, ଶାରଦାନନ୍ଦ ରାଉତ୍ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧୂଳେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment