ସିହା ପଂଚାୟତରେ ଭିଜିଲାନ୍ସ ଚଢ଼ାଉ

Spread the love

ବଡ଼ଚଣା, ୨/୮ (ସନ୍ଧାନ ନିଉଜ/ ମାନସ ରାଉତ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଂଚାୟତରେ ମାଧିଆ ପୋଖରୀର ପୁନରୁଦ୍ଧାର ନିମନ୍ତେ ୨୦୧୫-୨୦୧୬ ମସିହାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଧ ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏହି କାର୍ଯ୍ୟଟି ବିଭାଗୀୟ ଯନ୍ତ୍ରୀ ଦିପ୍ତିମୟୀ ସାମଲଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି କାର୍ଯ୍ୟଟିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଏନେଇ ସିହା ସରପଂଚ ଖଗେଶ୍ୱର ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକ୍ରମେ ଯାଜପୁର ଭିଜିଲାନ୍ସ ଟିମ ଆଜି ଅଚାନକ ସିହା ପଂଚାୟତ କାର୍ଯ୍ୟାଳୟରେ ପହଂଚି ଆବଶ୍ୟକୀୟ କାଗଜପତ୍ର ଜବତ କରିଥିଲେ ଏବଂ ଏହି ପୋଖରୀକୁ ବୁଲି ପରିଦର୍ଶନ କରିଥିଲେ ।

Related Posts

About The Author

Add Comment