ସିରିଆ: ଆଇଏସ୍‍ଆଇଏସ୍‍ର ଆତ୍ମଘାତୀ ବିସ୍ଫୋରଣ, ୨୨୦ ମୃତ

Spread the love

ଲେବାନନ୍‍, ୨୬/୭ (ସନ୍ଧାନ ନିୟୁଜ): ଦକ୍ଷିିଣ ସିରିଆରେ ଆତ୍ମଘାତୀ ବିସ୍ଫୋରଣରେ ୨୨୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ଆଇଏସ୍‍ଆଇଏସ୍‍ ଏହି ବିସ୍ଫୋରଣ ଘଟାଇଥିବା ବାଦି କରିଛି।
ସିରିଆ ଅବ୍‍ଜରଭେଟୋରି ଫର ହ୍ୟୁମାନ୍‍ ରାଇଟ୍‍ସ ନାମକ ସଂଗଠନର ସୂଚନା ଅନୁଯାୟୀ, ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟିଛି। ଚାରିଜଣ ଆତାତାୟୀ ସ୍ୱେଇଦା ସହରର ଚାରିଟି ସ୍ଥାନରେ ବିସ୍ଫୋରଣ କରିଥିବା ବେଳେ ଅନ୍ୟମାନେ କେତେକ ଛୋଟ ଗ୍ରାମ ଏପରିକି ନିର୍ଦ୍ଦିଷ୍ଟ କେତେକ ଘରେ ବିସ୍ଫୋରଣ ଘଟାଇଥିଲେ। ସେହିସବୁ ଅଞ୍ଚଳ ସରକାରୀ ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି।
ରୁଷିଆ ସମର୍ଥନରେ ଆଇଏସଆଇଏସ୍‍ ବିରୋଧରେ ବିକ୍ଷୋଭ ଅନୁଷ୍ଠିତ ହେବା ପରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମୃତକଙ୍କ ମଧ୍ୟରେ ୧୨୭ ଜଣ ନାଗରିକ, ୯୪ ଜଣ ଆଇଏସ୍‍ଆଇଏସ୍‍ ବିରୋଧୀ ଅଛନ୍ତି। ଏହି ଆତ୍ମଘାତୀ ହମ୍‍ଲାରେ ୩୮ ଜଣ ଆଇଏସ୍‍ଆଇଏସ୍‍ ଆତଙ୍କବାଦୀ ନିହତ ହୋଇଛନ୍ତି। ସିରିଆରେ ଆଇଏସ୍‍ଆଇଏସ୍‍ର ଏହା ସବୁଠାରୁ ବଡ଼ ହମ୍‍ଲା ବୋଲି କୁହାଯାଉଛି।
ଗତ ବୁଧବାର ରୁଷିଆ ସମର୍ଥିତ ବିକ୍ଷୋଭ ବାହିନୀ ପକ୍ଷରୁ ଆଇଏସଆଇଏସ୍‍ଙ୍କ ଗଡ଼ କୁହାଯାଉଥିବା ଦାରାରେ ପ୍ରବଳ ବୋମାମାଡ଼ କରାଯାଇଥିଲା। ଏଥିରେ ଆତଙ୍କବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହୋଇ ନଥିବା ବେଳେ ୪୧ ଜଣ ନାରଗିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ ୧୯ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷରେ ୪୯ ଜଣ ଆଇଏସ୍‍ଆଇଏସ୍‍ ବିରୋଧୀ ଓ ୬୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

Related Posts

About The Author

Add Comment