ଆମେରିକା ୨୦/୧୨/୨୫ (ସନ୍ଧାନ ନ୍ୟୁଜ) : ସିରିଆରେ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ‘ଅପରେସନ ହକ ଆଇ ଷ୍ଟ୍ରାଇକ’ ଜରିଆରେ ସିରିଆର ଆଇଏସଆଇଏସ ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା। ଫଳରେ ଧ୍ବଂସ ହୋଇଛି ୭୦ରୁ ଅଧିକ ଆଇଏସଆଇଏସ ଆଡ୍ଡା। ଆମେରିକୀୟ କନଭୟ ଉପରେ ହୋଇଥିବା ଏସଆଇଏସ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଟ୍ରମ୍ପ ବାହିନୀ। ଏପରିକି ସିରିଆକୁ ସମୂଳେ ନାଶ କରିଦେବାକୁ ଦେଇଛି ଧମକ। ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକା ତରଫରୁ ଏଫ -୧୫ ଇଗଲ୍, ଏ-୧୦ଯୁଦ୍ଧ ବିମାନ, ଆପାଚି ହେଲିକପ୍ଟର ଓ ହିମାର୍ସ ରକେଟ୍ ସିଷ୍ଟମ୍ ଦ୍ବାରା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା। ପାଲମାଇରା, ରାକ୍କା ଓ ଦେର ଏଜ-ଜୋର ନିକଟରେ ଥିବା ଆତଙ୍କୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ତାଲିମ ସେଣ୍ଟର ଉପରେ ଭୀଷଣ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଆଇଏସଆଇଏସର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆତଙ୍କବାଦୀ ଓ ଟପ୍ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଗତ ୧୩ରେ ପାଲମାଇରା ନିକଟରେ ଏକ ଆମେରିକୀୟ କନଭୟ ଉପରେ ଆକ୍ରମଣ କରିଥିଲା ଆଇଏସଆଇଏସ ଆତଙ୍କବାଦୀ। ଫଳରେ ଆମେରିକାର ୩ ଜଣ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ସ୍ବରୂପ ଶୁକ୍ରବାର ରାତିରେ ଏହାର ଜବାବ ଦେଇଥିଲା ଆମେରିକା। ‘ଅପରେସନ ହକ ଆଇ ଷ୍ଟ୍ରାଇକ’ ଜରିଆରେ ସିରିଆର ଆଇଏସଆଇଏସ ୭୦ରୁ ଉର୍ଧ ଆଡ୍ଡାକୁ ସମୂଳେ ନଷ୍ଟ କରିଦେଇଥିଲା। ତେବେ ଏହି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଆଇଏସଆଇଏସ ଆତଙ୍କୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଥିଲେ ଯେ, ‘ଆମେରିକୀୟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। ଆଇଏସଆଇଏସ ର ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦିଆଯିବ। ଯଦି କେହି ଆମେରିକା ଉପରେ ଆକ୍ରମଣ କରେ, ତେବେ ତାକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଜବାବ ଦିଆଯିବ।
ସିରିଆରେ ଉପରେ ଆମେରିକାର ଭୟଙ୍କର ଆକ୍ରମଣ : ଧ୍ବଂସ ହୋଇଗଲା ୭୦ରୁ ଅଧିକ ସିରିଆର ଆଇଏସଆଇଏସ ଆଡ୍ଡା
|
December 20, 2025 |



