୧୨/୧୦ (ସନ୍ଧାନ ନିଉଜ) : ହରିୟାଣାରୁ ମିଳିଥିବା ୪୫୦୦ ବର୍ଷ ପୁରୁଣା କଙ୍କାଳକୁ ନେଇ ବୈଜ୍ଞାନିକମାନେ ଏହାର ଚେହେରାର ପୁନଃନିର୍ମାଣ କରିଛନ୍ତି । ସିନ୍ଧୁ ଉପତ୍ୟକା ସଭ୍ୟତା ବାସିନ୍ଦାର ମୁହଁର ଅବିକଳ ରୂପରେଖ ପ୍ରସ୍ତୁତ କରିବାରେ ଭାରତ, ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାର ୧୫ ଜଣ ବୈଜ୍ଞାନିକଙ୍କ ମିଳିତ ପ୍ରୟାସ ସଫଳ ହୋଇଛି । ମୁହଁର କଙ୍କାଳକୁ ନେଇ ମମ୍ପୁ୍ୟଟେଡ ଟେମୋଗ୍ରାଫି (ସିଟି) ଡେଟା ମାଧ୍ୟମରେ କ୍ରୋନିୟୋ ଫେସିୟଲ ରିକନ୍ଷ୍ଟ୍ରକ୍ସନ (ସିଏଫ୍ଆର୍)ର ବ୍ୟବହାର କରି ବୈଜ୍ଞାନିକମାନେ ଏହି ସଫଳତା ପାଇଛନ୍ତି । ନ୍ୟାସନାଲ ଜିଓଗ୍ରାଫିକ୍ ସୋସାଇଟି ଏହି ପ୍ରକଳ୍ପ ପାଇଁ ସହାୟତା ଯୋଗାଇ ଦେଇଥିଲା । ଏ ବାବଦ ବିସ୍ତୃତ ରିପୋର୍ଟ ‘ଏନାଟମିକଲ ସାଇନ୍ସ ଇଂଟରନ୍ୟାସନାଲ’ ରେ ପ୍ରକାଶ ପାଇଛି । ହରିୟାଣାର ରାଖିଗଡରେ ପ୍ରତ୍ନତାତ୍ୱିକ ସର୍ଭେ ଯୋଜନାର ନେତୃତ୍ୱ ନେଉଥବା ବସନ୍ତ ସିନେ୍ଧ କହିଛନ୍ତି ଯେ ସିନ୍ଧୁ ଉପତ୍ୟକା ସଭ୍ୟତାର ଲୋକେ କିଭଳି ଦେଖାଯାଉଥିଲେ ସେ ନେଇ ଏପର୍ଯ୍ୟନ୍ତ କୈାଣସି ତଥ୍ୟ ନଥିଲା , କିନ୍ତୁ ଏବେ ସେମାନଙ୍କ ଚେହେରାର ଅବିକଳ ଆକୃତି ହାସଲ ହୋଇପାରିବା ଏକ ବଡ ଉପଲବ୍ଧି ।
ସିନ୍ଧୁ ଉପତ୍ୟକା ସଭ୍ୟତାର ଲୋକଙ୍କ ଅବିକଳ ରୂପରେଖ ପ୍ରସ୍ତୁତ କଲେ ବୈଜ୍ଞାନିକ
|
October 12, 2019 |



