ସିଦ୍ଧ ବଳଦେବ ଜୀଉ ମନ୍ଦିରର ମୃର୍ତ୍ତି ଚୋରୀର ମୁଖ୍ୟ ଆସାମୀ ଗିରଫ

Spread the love

ଯାଜପୁର ସଦର,  ୧୯/୧/୨୬  (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲାରେ ବହୁ ଚର୍ଚ୍ଚିତ ହୋଇ ପଡ଼ିଥିବା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଂଚାୟତର ଦିର୍ଘ ବର୍ଷ ହେଲା ଚୋରୀ ହୋଇଥିବା ଅଷ୍ଟଧାତୁ ମୃର୍ତ୍ତି ଚୋରୀର ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଥିବା ଏଠାରେ ସୂଚନା ଯୋଗ୍ୟ ଯେ, ପାଟପୁର ପଂଚାୟତର ସିଦ୍ଧ ବଳଦେବ ଜୀଉ ମଠର ଅଷ୍ଟଧାତୁ ମୃର୍ତ୍ତି ଗୁଡ଼ିକ ଦିର୍ଘ ବର୍ଷ ହେଲା ଚୋରୀ ହୋଇôବା ବେଲେ, ବଳଦେବ ଜୀଉ ମନ୍ଦିରର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ବିନୋଦ ବିହାରି ଦାଶ ଏନେଇ ଧର୍ମଶାଳା ଥାନାରେ ଏତଲା କରିଥରବା ବେଳେ, ଯାଜପୁର ପୂର୍ବତନ ଏସପି ରାହୁଲ ପିଅର ତଦନ୍ତ କରି ଚାଲିଯାଇଥିଲେ । ଯାହାକି ସୂଚନା ଯୋଗ୍ୟ ଯେ, ୨୦୨୨ ନଭେମ୍ବର ୧୧ ତାରିଖ ରାତିରେ ଦୃବୁର୍ତ୍ତ ମନ୍ଦିର କବାଟ ଭାଙ୍ଗି ମୃତ୍ତି ଗୁଡ଼ିକୁ ଚୋରୀ କରିନେଇଥରଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏନେଇ ତଦନ୍ତ ପ୍ରଶାସନ ପକ୍ଷରୁ ଚାଲୁଥିବା ବେଳେ, ମୃର୍ତ୍ତି ଚୋରୀ ଘଟଣାର ମୁଖ୍ୟ ଆସାମୀ ବିକାଶ ଯାଦବକୁ ଉତ୍ତରପ୍ରଦେଶ ସ୍ଥିତ ଆଗ୍ରାରୁ ଗିରଫ କରି ଯାଜପୁର ପୋଲିସକୁ ହସ୍ତାନ୍ତରିତ କରାଯାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୨ ଠାରୁ ୨୦୨୬ ମସିହା ହୋଇଥିବା ବେଳେ, ଏହା ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ମୃର୍ତ୍ତି ଉଦ୍ଧାର ହୋଇପାରି ନାହିଁ । ମୃର୍ତ୍ତି ଚୋରୀ ଘଟନାରୁ ମୁଖ୍ୟ ମାଷ୍ଟର ମାଇଣ୍ଡ ବିକାଶ ଯାଦବ ଗିରଫ ହୋଇଚି । ଏନେଇ ଯାଜପୁର ପୋଲିସ ଦୃବୁର୍ତ୍ତ ମାନଙ୍କର ସନ୍ଧାନ ପାଇନଥିବା ବେଲେ, ଆଗ୍ରା ପୋଲିସ ଗିରଫ କରି ଯାଜପୁର ପୋଲିସକୁ ହସ୍ତାନ୍ତରିତ କରିଚି । ବିକାଶ ଯାଦବକୁ ଯାଜପୁର ପୋଲିସ ଗିରଫ କରି ପଚରା ଉଚରା କରୁଥିବା ବେଳେ, ଚୋରୀ ହୋଇଥିବା କୋଟି କୋଟି ଟଙ୍କାର ଅଷ୍ଟଧାତୁ ମୃର୍ତ୍ତି ଉଦ୍ଧାର ହୋଇନଥିବା ବେଳେ, ଏନେଇ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ଗ୍ରାମବାସୀ ମାନେ କେବେ ଫେରିବ ବଳଦେବ ଜୀଉ ମଠର ମୃର୍ତ୍ତି ଗୁଡ଼ିକ ଗହା ଗ୍ରାମବାସୀମାନେ ଅପେକ୍ଷା କରିରହିଛନ୍ତି ।

Related Posts

About The Author

Add Comment