ସିଡ୍ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତ
ସିଡ୍ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତ
Manas Kumar Rout |
January 14, 2019 |

ଯାଜପୁର, ୧୪/୧ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିଡ୍’ ଏବଂ ନେହୁରୁ ଯୁବ କେନ୍ଦ୍ର ଯାଜପୁର ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ଡି.ୟୁ ପବ୍ଲକି ସ୍କୁଲ ପରିସରରେ ପାଳତ ହୋଇଯାଇଛି । ସିଡ ପକ୍ଷରୁ ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ କେଦାରନାଥ ଦାଶ ଯୋଗଦେଇ ବିବେକାନନ୍ଦଙ୍କ ପରି ସମାଜ ପାଇଁ କାଯ୍ୟ କରିବାକୁ ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ କଟକ ବାର ଆସୋସିଏସନ ତଥା ଗାର୍ଡର ସେମିନାର ପରିଚାଳକ ନରେଶ ଜେନା ଏବଂ ନେହୁରୁ ଯୁବ କେନ୍ଦ୍ର ଯାଜପୁରର କାର୍ଯ୍ୟକ୍ରମ ପରିଚାଳକ ସଲାଉଦ୍ଧିନ ଲୋରି, ସମ୍ମାନୀତ ଅତିଥି ଭାବେ ଡି,ୟୁ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମିତା ମିଶ୍ର ପ୍ରମୁଖ ଯୋଗଦେଇ କେତକ ଉପାଦୟ ପରାମର୍ଶ ଦେଇଥିଲେ । ଯୁବ ସମାଜ ପାଇର୍ ପ୍ରେରଣ ପାଲଟିଥିବା ସମାଜସେବୀ ତଥା ପ୍ରାଚୀ ପତ୍ରିକର ସମ୍ପାଦକ ଡକ୍ଟର ବିଭୁଦତ୍ଥ ଖଣ୍ଡାୟତରାୟଙ୍କୁ ବିବେକାନନ୍ଦ ଯୁବ ସମ୍ମାନ-୨୦୧୯ରେ ସମ୍ମାନୀତ କରାଯାଇ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କାରାଯାଇଥିଲା । ପୂର୍ବରୁ ଗୁରୁକୂଳ ପ୍ଲବିକ୍ ସ୍କୁଲ ଏବଂ ଡି.ୟୁ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱପ୍ନାକମ ସର ପ୍ରଥମ, ସୌମ୍ୟ ହକ୍ ୨ୟ, ଏବଂ ରୁପ୍ସା ରୁପା ଓଝା ୩ୟ ସ୍ଥାନ ଅଧିକାର କରିଥିଲେ । ଅତିଥି ମାନେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶେଷରେ ନେହୁରୁ ଯୁବ କେନ୍ଦ୍ର ବଡଚଣା ବ୍ଲକ ସଂଯୋଜିକା ଅନୀତା ବେହେରା ଧନ୍ୟବାଦ ଦେଇଥିଲେ । ଏହାକୁ ସଂଘମିତ୍ର ଦଳାଇ, ସବିତା ବେହେରା, ସନ୍ତୋଷ କୁମାର ରାଉତ, ଦେବାଶିଷ ପଣ୍ଡା, ମନୋଜ ସମାଲ, ସୁରେନ୍ଦ୍ର ସମାଲ, କୃଷ୍ଣ ଚନ୍ଦ୍ର ନାୟକ, ନଳୀନ କାନ୍ତ ମୁଦୁଲି, ନିହାର ରଂଜନ ଷଢଙ୍ଗୀ, ମାନସ ରଂଜନ ପାଲ, ବିଭୁଦତ ଗଣ, ରେଣୁପ୍ରିୟ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
Related Posts
About The Author