ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ୩୧ ବର୍ଷ ପୂର୍ବରୁ ନିଜ ମାଟିରେ ଖେଳିଥିଲା ଫଲୋଅନ୍‌, ସେତେବେଳେ ଜନ୍ମ ହୋଇ ନଥିଲେ ବିରାଟ କୋହଲି

Spread the love

ସିଡନୀ,୬/୧ (ସନ୍ଧାନ ନିୟୁଜ)  : ଅଷ୍ଟ୍ରେଲିଆ ଗସ୍ତରେ ପ୍ରଶଂସନୀୟ ପ୍ରଦର୍ଶନ କରୁଥିବା ଟିମ୍‌ ଇଣ୍ଡିଆ ଆୟୋଜକ ଟିମ୍‌କୁ ଫଲୋଅନ୍‌ ଖେଳିବାକୁ ବାଧ୍ୟ କରିଛି। ଭାରତୀୟ ଟିମ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୦୦ ରନରେ ଅଲଆଉଟ୍‌ କରିଛି। ଏଥି ସହିତ ପ୍ରଥମ ଇନିଂସ ଆଧାରରେ ୩୨୨ ରନ ଅଗ୍ରଣୀ ଅଛି। ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଇନିଂସ ପରେ ଅଷ୍ଟ୍ରେଲିଆକୁ ୨ୟ ଥର ବ୍ୟାଟିଂ କରିବାକୁ କହିଛନ୍ତି।

ଆୟୋଜକ ଅଷ୍ଟ୍ରେଲିଆ ଫଲୋଅନ୍‌ ଖେଳି ରବିବାର ଖେଳ ଶେଷ ହେବା ପର୍ଯ୍ୟନ୍ତ ଦ୍ୱିତୀୟ ଇନିଂସରେ କୌଣସି ଓ୍ଵିକେଟ ନ ହରାଇ ୬ ରନ କରିଛି। ଏବେ ସ୍ପଷ୍ଟ ହୋଇଯାଇଛି ଯେ ସିଡନୀ ଟେଷ୍ଟ ଡ୍ର ଅଥବା ବିଜୟ ହୋଇପାରେ। ଅର୍ଥାତ ଭାରତର ଶୃଙ୍ଖଳାରେ ଐତିହାସିକ ବିଜୟ ହାସଲ କରିବ। କାରଣ ଚଳିତ ଶୃଙ୍ଖଳାରେ ଭାରତ ୨-୧ ଅଗ୍ରଣୀ ଅଛି। ଭାରତ ଆଡିଲେଡ ଓ ମେଲବର୍ଣ୍ଣ ଟେଷ୍ଟରେ ବିଜୟୀ ହୋଇଥିବା ବେଳେ ପର୍ଥ ଟେଷ୍ଟରେ ପରାସ୍ତ ହୋଇଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ମାଟିରେ ୩୧ ବର୍ଷ ପରେ ଫଲୋଅନ୍‌ ଖେଳୁଛି। ପୂର୍ବରୁ ଇଂଲଣ୍ଡ ୧୯୮୮ରେ ଅଷ୍ଟ୍ରେଲିଆକୁ ସିଡନୀ ଷ୍ଟାଡିୟମ୍‌ରେ ଫଲୋଅନ୍‌ ଦେଇଥିଲା। ଅଷ୍ଟ୍ରେଲିଆ ୨୧୧ ରରେ ପଛରେ ରହି ଫଲୋଅନ ଖେଳିବା ପରେ ବି ଏଡି ମୃାଚ ଡ୍ର ହୋଇଥିଲା। ଏହି ମ୍ୟାଚ ଜାନୁଆରି ୨୦ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଚାଲିଥିଲ ।। ଅଷ୍ଟ୍ରେଲିଆ ଯେତେବେଳେ ନିଜ ମାଟିରେ ଫଲୋଅନ୍‌ ଖେଳୁଥିଲା, ସେହି ସମୟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଜନ୍ମ ହୋଇ ନଥିଲେ। ଏହା ଥିଲା ୧୯୮୮ର ଘଟଣା।

Related Posts

About The Author

Add Comment