ସିଙ୍ଗାପୁର ନାରାୟଣ ଗୋସେଇଁଙ୍କ ଯାତ୍ରା ଅନୁଷ୍ଟିତ ହେବ

Spread the love

ଯାଜପୁର, ୧୧/୦୪/୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତତ ସିଙ୍ଗାପୁର ଗ୍ରାମରେ ବହୁ ପୁରାତନ ନାରାୟଣ ଗୋସେଇଁଙ୍କ ଯାତ୍ରା ଅନୁ୍‌ଷ୍ଟିତ ହେବାକୁ ଯାଉଅଛି । ଏହି ଅବସରରେ ଏକ ସାମ୍ବାଦିକ ସମ୍ବିଳନୀରେ ନାରାୟଣ ଗୋସେଇଁ ପୂଜା କମିଟିର ସଭ୍ୟମାନେ ଏକ ପ୍ରେସ ଜରିଆରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ସିଙ୍ଗାପୁର ପ୍ରସିଦ୍ଧ ନାରାୟଣ ଗୋସେଇଁଙ୍କ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଚି । ଏହି ବୈଠକରେ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରସାସନ ଠାରୁ ଆରମ୍ଭ କରି ପାନୀୟ ଜଳର ବ୍ୟବସ୍ଥା ଆଲୋକ ବ୍ୟବସ୍ଥା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯାତ୍ରା ମାନଙ୍କର ବନ୍ଦୋବସ୍ତ କରାଯିବା ସହିତ ଆଇନି ଶୃଙ୍ଖଳା ଉପରେ ତିକ୍ଷ୍ଣ ନଜର ରଖାଯିବା ପାଇଁ କୁଆଖିଆ ଥାନା ଆଇଆଇସି ଶିବର ଚରଣ ବେହେରା ଏବଂ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରୀପାଠୀ ତିକ୍ଷ୍ଣ ନଜର ରଖାଯିବ ବୋଲି କମଟିର ସଦସ୍ୟମାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାତ୍ରୀ ମାନଙ୍କ ସମସ୍ତ ସୁବିଧାକୁ ଆଖିଆଗରେ ରଖି ଧର୍ମଶାଳା ବିଧାୟକ ଯାତ୍ରା କମିଟିର ସଭାପତି ପ୍ରଣବ ବଳବନ୍ତରାୟ ଯୋଗ ଦେଇଥିବା ବେଳେ ଏବଂ ମଧୁପୁର ଗଡ଼ ରାଜାଙ୍କର ରାଜପରିବାର ସଦସ୍ୟ ମାନେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଅଗ୍ନଶ୍ରମ ବିଭାଗ ଏବଂ ସର୍ବପରି ପ୍ରଚାର ପ୍ରସାର ଗଣମାଧ୍ୟମ ପ୍ରତିନିଧି ମାନେ ସହଯୋଗ କରିବା ପାଇଁ ପରିଚାଳନା କମିଟିର କାର୍ଯ୍ୟକାରି ସଭାପତି ଭିଷ୍ମ ପ୍ରସାଦ ରଥ, ସାଧାଣ ସମ୍ପାଦକ ସାରଦା ପ୍ରଶନ୍ନ ପ୍ରଧାନ, ସହ ସମ୍ପାଦକ ସୁଧାଂଶୁ ସାମଲ, ଏହି ଖବର ଦାତା ପ୍ରେସ ସମ୍ମୀଳନୀରେ ନବ ନିର୍ବାଚତି ବିଭିନ୍ନ ପଂଚାୟତ ଜନ ପ୍ରତିନିଧି ଏହି ନାରାୟଣ ଗୋସେଇଁଙ୍କ ଯାତ୍ରାକୁ ସରସ ସୁନ୍ଦର କରିବା ସହିତ ଟ୍ରାଫୀକ ନିୟନ୍ତ୍ରଣ ଉପରେ ନଜର ରଖାଯିବା ଲାଗି ଯାତ୍ରା କମିିଟିର ସଦସ୍ୟ ସୂଚନା ଦେଇଛନ୍ତି । ସେହିପରି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ କମିଟି ପକ୍ଷରୁ ନାରାୟଣ ଗୋସେଇଁଙ୍କ ଦର୍ଶଣ ଭକ୍ତ ମାନେ ଯେପରି କରି ପାରିବେବ ସେଥିପ୍ରତି ତିକ୍ଷ୍ଣ ନଜର ରଖାଯିବ ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ଏହି ଯାତ୍ରା ଆସନ୍ତା ପଣା ସଙ୍କ୍ରାନ୍ତି ଠାରୁ ଆରମ୍ଭ କରାଯାଇ ନାରାୟଣ ଗୋସେଇଁଙ୍କୁ ପୋଖରୀ ମଧ୍ୟରୁ ବାହାର କରାଯିବା ସହିତ ପ୍ରଭୂଙ୍କୁ ମହାସ୍ନାନ କରାଯାଇ ମନ୍ଦିର ମଧ୍ୟକୁ ବିଜେ କରିବେ ବୋଲି କମିଟିର ସଦସ୍ୟମାନେ ସୂଚନା ଦେଇଛନ୍ତି ।

Related Posts

About The Author

Add Comment