ବାଲିଗୁଡ଼ା,21/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୁଆ ଦିଲ୍ଲୀ(ICMR) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସିକଲିଂ ରୋଗର ନିରାକରଣ ଏବଂ ରୋଗ ପରୀକ୍ଷା ଲ୍ୟାବ୍ ଉଦଘାଟନ କରାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ରାଜ୍ୟଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି । ଗବେଷକ ଡାକ୍ତର ମନୋରଞ୍ଜନ ରଞ୍ଜିତ୍ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତ ଶିକୁଳି ବା ସିକଲିଂ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଅସୁସ୍ଥ କୋଷ ରୋଗ ସ୍କ୍ରିନିଂ ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସମ୍ପ୍ରଦାୟର କ୍ଷମତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ICMR ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିବା କହିଛନ୍ତି ଡଃ.ରଞ୍ଜିତ୍ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ । ଅଞ୍ଚଳର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଅଞ୍ଚଳର ରୋଗୀମାନଙ୍କ ପ୍ରାଥମିକ ପରୀକ୍ଷା କିଭଳି କରିବେ ଏବଂ ପରୀକ୍ଷା ପରେ କଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ ଡଃ.ରଞ୍ଜିତ୍ । ଅଞ୍ଚଳର କିଛି କଳାକାରଙ୍କ ଦ୍ବାରା ପାଲା କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସିଲିଂ ରୋଗ ସମ୍ବନ୍ଧରେ ସଚେତନ କରାଯାଇଥିଲା । ICMR ପକ୍ଷରୁ ଗବେଷକ ଡ.ଅରୁନ୍ଧତି ଦାସ,ଡ.ଜ୍ୟୋତି ଘୋସାଲ୍, ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ମାନସ କୁମାର ବାରିକ୍,ଏଲଟି ପ୍ରଭାତ ବାଲିକ୍,ଡଃ.ମଧୁସ୍ମିତା ବଳ ଓ ଡ.ହେମନ୍ତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ ।
ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍ ଉଦଘାଟନ
|
December 21, 2020 |