ନାରାୟଣଙ୍କ ବିଚ୍ଛେଦରେ ଲୋପ ହେବାକୁ ଯାଉଛନ୍ତି ସହଧର୍ମଣୀ ନାରାୟଣୀ
ସନ୍ଧାନ ନିୟୁଜ ପକ୍ଷରୁ ମାନସ ରାଉତଙ୍କ ସ୍ୱତନ୍ତ୍ର ରିପୋର୍ଟ– ପ୍ରାଚୀନ ଉତ୍କଳର ଧର୍ମଧାରା ଅନେକ । ଯାହାକି ବ୍ରାହ୍ମଣଧର୍ମର ନାମରେ ବିଭିନ୍ନ ଗ୍ରାମ ଠାରୁ ସହର ଏବଂ ପୁର ପଲ୍ଲୀରେ ପ୍ରତ୍ୟକ ମାସ କୌଣସି ନା କୌଣସି ପର୍ବ ପାଳିତ ହୋଇଥାଏ । ତେବେ ଯାଜପୁରର ରସୁଲପୁର ବ୍ଲକ ସିଂହାପୁର ଯାତ୍ରା ଏକ ପ୍ରମୁଖ ପର୍ବ ମଧ୍ୟରେ ଅଂଚଳବାସୀଙ୍କ ମଧ୍ୟରେ ପାଳିତ ହୋଇଥାଏ । ଏହି ପର୍ବ ତଥା ଯାତ୍ରାର ମୁଖ୍ୟ ଅକର୍ଷଣ ହୋଇଥାନ୍ତି ଜଳାଶୟନୀ ନାରାୟଣ । ନାରାୟଣଙ୍କ ଜଳାବରଣ ପାଇଁ ରହିଛି ନାନାଦି ଲୋକକଥା । ବର୍ଷରେ ମାତ୍ର ତିନିଦିନ ପାଇଁ ନାରାୟଣ ଜଳଭିତରୁ ବାହାରି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଇଥାନ୍ତି । ମାତ୍ର ଏଠି କାହା ମନରେ କେବବି ପ୍ରଶ୍ନ ଆସିଛି କି କାହିଁକି ନାରାୟଣ ଏକାକୀ ଜଳଭିତରେ ରହିଥାନ୍ତି । ପ୍ରଚଳିତ ଲୋକକଥା ମଧ୍ୟରେ ଏହି କ୍ଷ୍ରେତଟି ଏକଦା ବୌଦ୍ଧଧର୍ମର ପ୍ରାଣକେନ୍ଦ୍ରଥିବା ବେଳେ ଏଠାରେ ଗଢ଼ିଉଠିଥିଲା ଅନେକ ବୌଦ୍ଧକ୍ଷେତ୍ର । ଏହି ବୌଦ୍ଧମାନଙ୍କୁ ବୌମବଂଶୀୟ ରାଜମାନଙ୍କର ପୃଷ୍ଟପୋଷକତା ଲାଭ କରିଥିଲେ । ପରେ ସୌମବଂଶୀ ମାନେ ଶାସନରେ ଉପବିଷ୍ଟ ହେବା ପରେ ଏହାକୁ ଧ୍ୱଂସ କରି ବ୍ରହ୍ମଣ ଧର୍ମର କ୍ଷେତ୍ରରେ ପରିଣତ କରିଥିଲେ ।
ମାତ୍ର ପରବର୍ତ୍ତୀ ସମୟରେ ଗଙ୍ଗରାଜବଂଶ ସମୟରେ ଏଠାରେ ରହିଥିବା ବୌଦ୍ଧକ୍ଷେତ୍ରର ସ୍ତୁପ ମନ୍ଦିର ମଠକୁ ସମ୍ପୁଣ୍ଣଭାବେ ନିଜର କରଦ ରାଜାଙ୍କ ସହାୟତରେ ଧ୍ୱଂସ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଏଠାରେ ତତକାଳୀନ କମା ରାଜା ଜୟନ୍ତ ଶ୍ରୀନୀବାସ କମା ଏଠାରେ ନାରାୟଣ ଏବଂ ନାରୟଣଙ୍କ ମନ୍ଦିର ସ୍ଥାପନା କରି ପୂଜାଚ୍ଚନା କରିବା ସହିତ ବ୍ରହ୍ମଣ ଶାସନ ପ୍ରତିଷ୍ଠା କରିବା ସହିତ ସେମାନଙ୍କୁ ବାଟି ସମ୍ପତ୍ତି ଖଞ୍ଜିଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ କମା ମାନଙ୍କ ଗଡମଧୁପୁର ରାଜା ଧିର ବଂଶୀୟ ପରାସ୍ତ କରି ଏହାକୁ ଅଧିକାର କରିଥିଲେ । ୧୪ଶହ ଖୀଷ୍ଟାଦ୍ଧ ବେଳକୁ ଏହା ଉପରେ କଳାପାହଡର ଲୋଲୁପ ଦୃଷ୍ଟି ପଡିଥିଲା । ହେଲେ ଏହି ମନ୍ଦିରକୁ ଧ୍ୱଂସ କରିବା ପୂର୍ବରୁ ବ୍ରହ୍ମଣମାନେ ନିକଟସ୍ଥ ପୋଖରୀ ମଧ୍ୟରେ ନାରାୟଣଙ୍କୁ ଲୁଚାଇବାରେ ସକ୍ଷମ ହୋଇଥିବା ବେଳେ ଏଠାରୁ ଅନତି ଦୂର ଧର୍ମଶାଳା ବ୍ଲକରେ ନାରାୟଣୀଙ୍କୁ ଲୁଚାଇ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏଠାରେ ନାରାୟଣଙ୍କ ଏବଂ ନାରାୟଣୀଙ୍କ ମନ୍ଦିର ରାଜା ନିର୍ମାଣ କରାଇଥିଲେ । ହେଲେ ଜଳରେ ରହିବା ହେତୁ ନାରାୟଣ ଆଉ ଜଳରୁ ନଆସିବାକୁ ପ୍ରମୁଖ ସେବକକୁ ସ୍ୱପ୍ନାଦେଶ ଦେଇଥିଲେ ।
ସେହିଦିନଠାରୁ ନାରାୟଣ ଜଳଭିତରେ ରହୁଥିବା ବେଳେ ନାରାୟଣୀ ଏକକୀ ଦେଓଦାରେ ପୂଜା ପାଉଛନ୍ତି । ନାରାୟଣୀଙ୍କ ପାଇଁ ମଧ୍ୟ ଦେଓଦାରେ ବ୍ରହ୍ମଣମାନଙ୍କୁ ରାଜ ନିୟୋଜିତ କରିଥିଲେ । କିନ୍ତୁ କଳାପାହଡ ପରବର୍ତ୍ତୀ ସମୟରେ ଏଠାରେ ନିର୍ମାଣ ମନ୍ଦିର ଗୁଡିକୁ ମଧ୍ୟ ନଷ୍ଟ କରିଥିଲା । ତେବେ କେବଳ ଛୋଟିଆ ମନ୍ଦିର ମଧ୍ୟରେ ଏବେ ନାରାୟଣୀ ନାରାୟଣଙ୍କ ବିଛେଦରେ ଦିନ କାଟୁଥିବା ବେଳେ ଅତ୍ୟନ୍ତ ତିନିଦିନ ପାଇଁ ନାରାୟଣ ଏବଂ ନାରୟଣୀଙ୍କ ଏକାଠୀ କରିବାର ପ୍ରଚେଷ୍ଠା ଆଜି ପ୍ରର୍ଯ୍ୟନ୍ତ କେହିବି କରିନାହାନ୍ତି । ଏପରିସ୍ଥଳେ ନାରାୟଣୀ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ପଂହଚିଗଲାଣୀ । ମାତ୍ର ସିଂହାପୁର ଯାତ୍ରା ହେଉଥିବାରୁ ନାରାୟଣ ଏଠାରେ ଜଳାଶୟନୀ ନାରାୟଣ ଏବଂ ସିଂହାପୁର ଯାତ୍ରା ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ନାରାୟଣୀ ଅବହେଳିତ ହୋଇ ରହିଯାଇଛନ୍ତି ଚିରକାଳପାଇଁ ।
ବହୁ ବିଶିଷ୍ଠ ପଣ୍ଡିତ ଏବଂ ବୁଦ୍ଧିଜୀବ ସଂସ୍କୃତି ବିଶାରଦ ଏହା ଉପରେ ପୁନଃ ନାରୟଣ ଏବଂ ନାରୟଣୀଙ୍କ ଏକାଠି କରିପାରିଲେ ସିଂହାପୁର ଯାତ୍ରା ଅଧିକ ପ୍ରସିଦ୍ଧ ହୋଇପାରନ୍ତା ବୋଲି ବିଭିନ୍ନ ଗବେଷକ ମାନେ ମତ ଦେଇଛନ୍ତି ।
https://www.youtube.com/watch?v=T39PdIEfCGM