ନୂଆଦିଲ୍ଲୀ, ୩୦/୩ (ସନ୍ଧାନ ନିୟୁଜ): କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ (୨୦୧୯-୨୦)ର ପ୍ରଥମାର୍ଦ୍ଧରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ଋଣ କରିବେ। ଏ ସଂକ୍ରାନ୍ତରେ ସୂଚନା ଦେଇ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି ଯେ, ପ୍ରଥମ ଛଅ ମାସରେ ‘ଗିଲ୍ଟ’ ଜାରି କରି ୪ ଲକ୍ଷ ୪୨ ହଜାର କୋଟି ଟଙ୍କାର ଋଣ ନିଆଯିବ। ଗିଲ୍ଟ ହେଉଛି ଏକପ୍ରକାରର ଦୀର୍ଘମିଆଦୀ ବଣ୍ଡ୍ ଯାହାକୁ କେନ୍ଦ୍ର ସରକାର ଜାରି କରିଥାନ୍ତି। ବର୍ଷର ଶେଷ ଛଅ ମାସରେ ସରକାର ୨.୬୮ କୋଟି ଟଙ୍କାର ଋଣକରିବେ। ଚଳିତ ଆର୍ଥିକ ବର୍ଷରେ ୭.୧ ଲକ୍ଷ କୋଟି ଟଙ୍କାର ଋଣ କରାଯିବ ବୋଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍ରେ ଘୋଷଣା କରିଥିଲେ।
ସାଢ଼େ ଚାରି ଲକ୍ଷ କୋଟିର ଋଣ କରିବେ ସରକାର
|
March 30, 2019 |



