ସାହିତ୍ୟିକ ରବି ପଟ୍ଟନାୟକ

Spread the love

ରବି ପଟ୍ଟନାୟକ (୧ ଅକ୍ଟୋବର ୧୯୩୫ – ୩ ଜୁନ, ୧୯୯୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ଵ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।

ଜୀବନୀ

ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁରବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ଵରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । 

 

ରଚନାବଳୀ

  • ଅସମାଜିକର ଡାଏରୀ (୧୯୬୪)
  • ଅନ୍ଧଗଳିର ଅନ୍ଧକାର (୧୯୭୨)
  • ରାଗତୋଡି (୧୯୭୯)
  • ବହୁରୂପୀ (୧୯୭୯)
  • ହିରଣ୍ୟଗର୍ଭ (୧୯୮୨)
  • ଗଳ୍ପ (୧୯୮୨)
  • ବିଷୁବରେଖା (୧୯୮୩)
  • ରାଜାରାଣୀ (୧୯୮୭)
  • ବନ୍ଧ୍ୟାଗାନ୍ଧାରୀ (୧୯୮୮)
  • ଅମରିଲତା (୧୯୯୦)
  • ବିଚିତ୍ରବର୍ଣ୍ଣା (୧୯୯୧)
  • ଛାୟା ପୁତ୍ରର କାଳ (୧୯୯୧)
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (୧୯୯୨)
  • ପ୍ରେମ ଓ ପ୍ରତିମା (୧୯୯୩)
  • ମେଘମହ୍ଲାର (୧୯୯୫)
  • ଅବିନଶ୍ଵର (୧୯୯୫)
  • ପ୍ରଜାପତିର ଘର (୧୯୯୬)
  • ଗଳ୍ପ ସମଗ୍ର ୧ମ ଭାଗ (୨୦୦୮)
  • ଗଳ୍ପ ସମଗ୍ର ୨ୟ ଭାଗ (୨୦୧୦)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୯୨
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ହିରଣ୍ୟଗର୍ଭ ପାଇଁ) – ୧୯୮୪
  • ଶାରଳା ପୁରସ୍କାର, ୧୯୯୧
  • ବିଷୁବ ପୁରସ୍କାର
  • ଧରିତ୍ରୀ ସମ୍ମାନ

ଭୁବନେଶ୍ଵରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ “ଭୁବନେଶ୍ଵର ପୁସ୍ତକ ମେଳା କମିଟି” ପକ୍ଷରୁ ପ୍ରତିବର୍ଷ, “ରବି ପଟ୍ଟନାୟକ ସ୍ମୃତି ପୁରସ୍କାର” ପ୍ରଦାନ କରାଯାଇଥାଏ ।

Related Posts

About The Author

Add Comment