ଢେଙ୍କାନାଳ, ୧୩/୦୧/୨୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଦୁଃଖଏମିତିବି ଆସିପାରେ କିଏ କହିପାରିବ କେତେବେଳେକଣ ଯେ ହେଇପାରେ , ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ନିହଲ ପ୍ରସାଦ ଥାନା ଅଧିନ ଖଣ୍ଡବନ୍ଧ ପଞ୍ଚାୟତ କାଲୁଣି ଗୋଡ଼ା ଗ୍ରାମର ବାଇଧର ଶିଙ୍ଗ୍ ଙ୍କ ପୁଅ ଅଲେଖ ଶିଙ୍ଗ୍ ଙ୍କ ନିକଟରେ । ସେଦିନ ଥିଲା ୨୦୧୯ ମସିହା ଡିସେମ୍ବର ୯ ତାରିଖ ଅଲେଖ ଙ୍କ ଆଖିରେ ଥାଏ କାହିଁ କେତେ ଅସୁମାରୀ ସ୍ବପ୍ନ କାରଣ ତାଙ୍କ ପତ୍ନୀ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଅଲେଖ ଏବଂ ତାଙ୍କ ଧର୍ମପତ୍ନୀ ଦୁହେଁ ସେଦିନ ସକାଳୁ ସକାଳୁ ବାହାରି ପଡ଼ିଥିଲେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ସ୍ଥିତ ଦାନଗଦି ସ୍ବାସ୍ଥ୍ୟ କେନ୍ଦ୍ରକୁ ପତ୍ନୀଙ୍କର ପରୀକ୍ଷା ନିରୀକ୍ଷା କରିବା ଉଦ୍ଦେଶ୍ୟରେ , ଏମିତି ରାସ୍ତାରେ ଯାଉ ଯାଉ ବାଘବାହାଳୀ ବଙ୍ଗଳାଛକ ନିକଟରେ ହଟାତ ଦୃତଗତିରେ ଏକ ଲୁହାପଥର ବୋଝେଇ ଡମ୍ଫର ଆସି ଅଲେଖଙ୍କ ମଟର ସାଇକେଲ ଉପରେ ଓଲଟି ପଡିଥିଲା ଦୁହେଁ ସ୍ୱାମୀ ସ୍ତ୍ରୀ ଲୁହାପଥର ବୋଝେଇ ଡମ୍ଫରତଳେ ଦୀର୍ଘ ଦୁଇ ଘଣ୍ଟା ପୋତିହୋଇ ରହିଯାଇଥିଲେ ।କଳିଙ୍ଗ ନଗର ପୋଲିସ ଓ ସ୍ଥାନୀୟ ଲୋକମାନଙ୍କ ସହାୟତା ରେ ଦୁହିଁଙ୍କୁ ବାହାର କରି ସଙ୍ଗେ ସଙ୍ଗେ କଳିଙ୍ଗ ନଗର ଟାଟା ହସ୍ପିଟାଲ କୁ ନେଇ ଯାଇଥିଲେ ।ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରକରିଥିଲେ । ସେଠାରେ ଡାକ୍ତର ବହୁ ଚେଷ୍ଟାକଲାପରେ ଦୁହିଁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ହେଲେ ବଡ଼ ଦୁଃଖର ବିଷୟ ଅଲେଖଙ୍କର ଡାହାଣ ଗୋଡ଼ଟି ଲୁହା ପଥର ବୋଝେଇ ଡାଲଟି ପଡିଯାଇ ଥିବାରୁ ଗୋଡ଼ଟି ଡାକ୍ତରଙ୍କୁ କାଟିବାକୁ ପଡିଥିଲା ।ଅଲେଖ ଏବେ ଏଠୁ ସେଠିକି ଯିବାକୁ ହେଲେ କାହାରନା କାହାର ଜଣଙ୍କ ସହାର ବିନା ଯିବା ଆସିବା କରିବା କଷ୍ଟକର ହୋଇପଡିଛି ।ଅଲେଖ ଓ ତାଙ୍କ ମାଆ କହିବା ଅନୁଯାୟୀ ଯଦିଓ ସରକାରୀ କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଦିଓ ଏକ କୁତ୍ରିମ ଗୋଡ଼ ଗୋଟିଏ ଲଗେଇ ଦିଅନ୍ତେ ତାହାଲେ ସେ କିଛି ନହେଲେବି ନିଜେ ନିଜର କାମ କରିପାରନ୍ତେ ବୋଲି କହିଛନ୍ତି ।
ସାହାରା ଅପେକ୍ଷାରେ ଦୁର୍ଘଟଣାଗ୍ରସ୍ତ ବେସାହାରା ଯୁବକ
|
January 13, 2021 |


