ସାର ପକାଇବା ବେଳେ ଟଳିପଡିଲେ ଚାଷୀ

Spread the love

ବାଲେଶ୍ଵର ୧୩/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବାରସର ପଞ୍ଚାୟତ ତିଆଡ଼ିସାହି ଗାଁର ଜଣେ ଚାଷୀ ବିଲରେ ସାର ପକାଉଥିବାବେଳେ ମୃତ୍ୟୁ ଘଟିଛି । ଅଂଶୁଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି
ମିଳିଥିବା ସୂଚନା ଅନୁଯାୟୀ ଅଶୋକ ମିଶ୍ର (୫୭) ନିଜର ୧୨ ବର୍ଷର ସାନ ପୁଅ ସହ ବିଲକୁ ସାର ପକାଇବାକୁ ଯାଇଥିଲେ। ସାର ପକାଉଥିବାବେଳେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ବାପାଙ୍କରଏ ଅବସ୍ଥା ଦେଖୁବା ପରେ ପୁଅ ଲୋକଙ୍କୁ ଡାକ ପକାଇଥିଲା । ତାଙ୍କୁ ବାଇକରେ ଅଣାଯାଇଥିଲ ସେଠାରୁ ଗାଡ଼ିରେ ତିହିଡ଼ି ଗୋଷ୍ଠୀ, ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତିହିଡ଼ି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଅଶୋକଙ୍କର ଜମିବାଡ଼ି ବେଶୀ ନାହିଁ । କଲକାତାରେ ପୂଜାପାଠ କରି ପରିବାର ଚଳାନ୍ତି । ତେବେ କରୋନା ପାଇଁ ସେ ଘରେ ରହିଥିବାବେଳେ ଚାଷ କାର୍ୟ୍ୟ ଦେଖାଶୁଣା କରୁଥିଲେ ।

Related Posts

About The Author

Add Comment