ସାରସ୍ ବା କରୋନା; ସାଧରଣ ଭାବରେ ଏଥିରୁ ରକ୍ଷା ପାଇବା ପାଇଁ ହଳଦୀ ଏବଂ ଗନ୍ଧକର୍ପୁର ବ୍ୟବହାର କରନ୍ତୁ

Spread the love

ସାରସ୍ର ପୁରାନାମ ସିଭର ଆକୁ୍ୟଟ୍ ରେସପିରାଟୋରୀ ସିନ୍ଡ୍ରୋମ ପ୍ରାଚୀନ ନାମ ମାରକ ବାତବଳାସକ । ପ୍ରାୟତଃ ବସନ୍ତ ଋତୁରେ ଏହି ରୋଗ ଦେଖାଯାଏ । ପ୍ରତିବର୍ଷ ବା କିଛି ବର୍ଷ ବ୍ୟବଧାନରେ ପୁଣି ଏହି ରୋଗ ଦେଖାଯାଏ । ୧୯୬୬ ରେ ଏହାକୁ ହାଂଗକାଂଗ ଫ୍ଲୁ କୁହାଯାଉଥିଲା । ୧୯୧୮ ରେ ମାତ୍ର କିଛି ମାସ ମଧ୍ୟରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥଲେ ଓ ପ୍ରା୍ରୟ ବହୁ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଭୂତାଣୁକୁ ବର୍ତମାନ ବିଜ୍ଞାନୀମାନେ କରୋନା ଭୂତାଣୁ କୁହନ୍ତି । ୧୯୩୩ ରେ ଇଂଲଣ୍ଡର ଆଣ୍ଡ୍ୟୁ ସ୍ମିଥ୍ ଏବଂ ଲେଡର ଏହି ରୋଗର ଲକ୍ଷଣ ସହ ସାମଞ୍ଜସ୍ୟ ରହୁଥିବା ଭୂତାଣୁକୁ ଭାଇରସ୍ -ଏ ବୋଲି ଆବିଷ୍କାର କରିଥିଲେ । ପରବର୍ତୀ ସମୟରେ ଭୁତାଣୁ ଏ-୧, ଏ-୨ ଓ ଭୂତାଣୁ ବି-୧, ବି-୨ ଦେଖାଯାଇଥିଲା । କରୋନା ଭୂତାଣୁ କାସ, ଛିଙ୍କ ଛେପ ଦ୍ୱାରା ବାୟୁରେ ମିଶି ଚାରିଆଡେ ବ୍ୟାପ ଥାଏ ।

ବିକୃତି ବିଜ୍ଞାନ : ନାସିକାର ଶ୍ଳେଷ୍ମଳ କଳାରେ ଭୂତାଣୁ ପ୍ରବେଶ କରି ନାସାମାଗ. ନାସାସ୍ରୋତ, ଗଳାଶୋଥ ହୁଏ । ଉକ୍ତ ଅଙ୍ଗରେ ଅନ୍ୟ ସ୍ଥାନେ ସ୍ଥାନେ କୋଷର ମୃତ୍ୟୁ ଘଟି ସିଲିଆ ଗୁଡିକ ଝଡିଯାଏ । ଫଳରେ ଅନ୍ୟ ଜୀବାଣୁ ପ୍ରବେଶରେ ସୁଗମତା ଆସିଥାଏ । ଭୂତାଣୁ, ଜୀବାଣୁଜନ୍ୟ ଉରସ୍ତୋୟ ରୋଗ ସୃଷ୍ଟି ହୁଏ । ଯଦି ଷ୍ଟାପିଲକୋକସି ସଂକ୍ରମଣ ହୁଏ ରୋଗ ଗମ୍ଭୀର ହୋଇଯାଏ ଓ ମୃତ୍ୟୁ ହୁଏ ।

ଲକ୍ଷଣ : ଭୂତାଣୁ ସଂକ୍ରମଣର ଏକ ଦୁଇ ଦିନରେ ଜ୍ୱର ଆସିଥାଏ । ଦିନ ସମୟରେ ହଠାତ୍ ଜ୍ୱର ଶୀତ ସହ ୧୦୧ରୁ ୧୦୪ ବଢିଯାଏ । ଶିରଃଶୂଳ, କଟିଶୁଳ, ଶୁଖିଲାକାସ, ହୃଦୟ ଦୁର୍ବଳ, ଗଳାଶୋଥ, ବକ୍ଷାସ୍ଥିରେ ଦାହ ଓ ବେଦନା ହୁଏ । ଜିହ୍ୱା ମଳିନ ନାସା, ଗଳା ତାକୁ ଲାଲ ଦେଖାଯାଏ ।
ଚିକିତ୍ସା: ଜନଗହଳି ସ୍ଥାନ ପରିତ୍ୟାଗ । ଅପରିଷ୍କାର ହାତରେ ବାରମ୍ବାର ନାକକୁ ମନ୍ଥିବା ଅନୁଚିତ । ମୁଖା ବ୍ୟବହାର କରିବେ । ହଳଦିପାଣି କନାରେ ନାସା ଓ ମୁଖକୁ ଆବୃତ ରଖିବେ । ପକେଟରେ ଗନ୍ଧକର୍ପୁର ରଖିବେ । ଗୋରଚନା ଘୋରି କପାଳରେ ଚିତାଲଗାଇବେ । ଗଗ୍ଗୁଳ ଘଟିତ ଔଷଧ ରୋଗୀ ସେବନ କରିବେ । ଏଥିପାଇଁ ସେପ୍ଟିଲିନ୍ ଓ ସଂଜିବନୀ ବୁଟି ଭଲ ଔଷଧ । ଉରସ୍ତୋୟ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ନେବେ ।

Related Posts

About The Author

Add Comment