ରାଉରକେଲା, ୧୧/୦୫ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସାରନଗରୀ ସମେତ ଆଖପାଖ ଅଂଚଳରେ ଏଯାଏ ରାସାନିୟକ ବିଶୋଧନ ଛିଂଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଫଳ ସ୍ୱରୂପ ଅଂଚଳରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଉରକେଲାର କରୋନା ପ୍ରଭାବିତ କଂଟେନମେଂଟ ଅଂଚଳ ସମେତ ଅନ୍ୟ ଅଂଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଡ୍ରୋନ ଓ ଅନ୍ୟ ତରିକାରେ ରାସାନିୟକ ବିଶୋଧନ ଛିଂଜନ କରାଯାଉଥିବା ବେଳେ, ଦକ୍ଷିଣ ରାଉରକେଲାରେ ଆରଏସପି ତଥା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଅଂଚଳବାସୀଙ୍କୁ ବିସ୍ମିତ କରିଛି । ଦକ୍ଷିଣ ରାଉରକେଲା ଅଂଚଳରେ ରହିଛି ୫୦ରୁ ଉର୍ଦ୍ଧ ବସ୍ତି । ଏହି ସବୁ ବସ୍ତିରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ତଦ୍ରୁପ କହିଲେ ବୋଧେ ଭୁଲ ହେବ ନାହିଁ । ଏ କ୍ଷେତ୍ରରେ ବସ୍ତି ଗୁଡ଼ିକରେ ଏବେ ଠାରୁ ପ୍ରଶାସନ ସଜାଗ ରହି ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲାଗି ବିଭିନ୍ନ ବସ୍ତି ପକ୍ଷରୁ ଦାବି ହୋଇଛି ।
ସାରନଗରୀରେ ହେଉନି ରାସାନିୟକ ବିଶୋଧନ ଛିଂଚନ
|
May 11, 2020 |
