ସାମ୍ୟ ଭବନରେ ମାଧବାନନ୍ଦ ଷଡଙ୍ଗୀଙ୍କୁ ଶ୍ରଦ୍ଧାଞ୍ଜଳି ।

Spread the love

ଯାଜପୁର, ୨୩/୦୧/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତର ସାମ୍ୟ ଭବନ ପରିସରରେ ସ୍ଥାନୀୟ ଅଂଚଳର ସମାଜ ସଂସ୍କାରକ ସ୍ୱର୍ଗତ ମାଧବାନନ୍ଦ ଷଡଙ୍ଗୀ ଙ୍କ ୭ମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ମାଧବାନନ୍ଦ ଷଡଙ୍ଗୀ ପାଂଉଣ୍ଡେସନ ଅଧ୍ୟକ୍ଷ ଶିକ୍ଷାବିତ ସୁରେନ୍ଦ୍ର କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସି ପି ଆଇ ଏମ ନେତା ସନ୍ତୋଷ ଦାସ,ନାରୀ ନେତ୍ରୀ ତାପସି ପ୍ରହରାଜ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଷଡଙ୍ଗୀଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ କୁ ସଂସ୍କାରକୁ ଦୁରେଇବା ଠାରୁ ଆରମ୍ଭ କରି ଅପହଂଚ ଇଲାକାରେ ରୋଗୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ସ୍ଥାନୀୟ ଅଂଚଳବାସୀଙ୍କ ପ୍ରିୟ ହୋଇପାରିଥିଲେ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାଂଉଣ୍ଡେସନର ସଂପାଦକ ଡଃ ବିମଳ ଷଡଙ୍ଗୀ,ସମାଜସେବୀ ଲଳିତ ମୋହନ ରାୟ,ବ୍ରଜ କିଶୋର ପରିଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଷଡଙ୍ଗୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ୟବାଦୀ ନେତା ଗଣେଷ ସାହୁ,ଘନଶ୍ୟାମ ମହାପାତ୍ର,ନରେନ୍ଦ୍ର ମହାପାତ୍ର,ସୁରେନ୍ଦ୍ର ମହାପାତ୍ର,ସୁଧାକର ଧଳ,ଶଙ୍କର୍ଷଣ ପହୀ,ଦୁଃଶାସନ ପହୀ,ନରେନ୍ଦ୍ର କୁମାର ଘଡେଇ,ବିଦ୍ୟାଧର ସେନାପତି,ଅନନ୍ତ କିଶୋର ସାମନ୍ତ,ନିତ୍ୟାନନ୍ଦ ମିଶ୍ର,ଗଶେଷ ପ୍ରସାଦ ମଲ୍ଳିକ,ସୁରେଶ କୁମାର ସାହୁ ,କିର୍ତିନ ସାହ.ବ୍ରହ୍ମାନନ୍ଦ ବାରିକ,ଅନନ୍ତ ଚରଣ ସାହୁ,ନରେନ୍ଦ୍ର ସାହୁ,ସୁବ୍ରତ ଯେନା,ପ୍ରତ୍ୟୁଷ ସାହୁ,ସସ୍ମିତା ଯେନା ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment