ଯାଜପୁର ସଦର, ୦୫ା୦୧(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବବଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିଖୋଲ ଅଞ୍ଚଳରେ କାର୍ଯ୍ୟରତ ଥିବା ବରିଷ୍ଟ ସାମ୍ବାଦିକ ଅନୁରିଦ୍ଧ ସାମନ୍ତରାୟଙ୍କ ଅକାଳ ବିେୟୋଗରେ ବିରୁପା ପ୍ରେସ୍ କ୍ଲବର ସମ୍ପାଦକ ଗୋପିନାଥ ଦାଶ, ସଭାପତି ରବିନ୍ଦ୍ର କୁମାର ମହାପାତ୍ର, ରତ୍ନଗିରୀ ଉଦୟଗିରୀ ଏବଂ ବାଲିଚନ୍ଦ୍ରପୁରର ପ୍ରେସ୍ କ୍ଲବ୍ର ସାମ୍ବାଦିକ ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରୀ ସାମନ୍ତରାୟଙ୍କ ବିେୟୋଗରେ ଯାଜପୁର ଜିଲ୍ଲାରେ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହାରାଇଲା ବୋଲି ତାଙ୍କ ଆତ୍ମାର ସଦ୍ଗିତ କାମନା କରିଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନୀ ପ୍ରଣୟନ କରିବା ସହିତ ତାଙ୍କ ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମ୍ପାଦକ ଶ୍ରୀ ଦାଶ ଦାବି କରିଛନ୍ତି । ତାଙ୍କ ଅସହାୟ ପରିବାରକୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ତାଙ୍କ ବିଧବା ପତ୍ନୀଙ୍କୁ ୨୦ ହଜାର ଟଙ୍କା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ରେଡକ୍ରସ ସମିତି ସମ୍ପାଦକ, ଜିଲ୍ଲାପାଳ, ସ୍ୱତନ୍ତ୍ର ଅଧିକାରୀ କୁଳମଣୀ ନାୟକ ସୁଙ୍ଗୁଡ଼ା ଗ୍ରାମର ସ୍ୱର୍ଗତ ସାମନ୍ତରାୟଙ୍କ ବାସଭବନରେ ପହଁଞ୍ଚô ତାଙ୍କ ବିଧବା ପତ୍ନୀ ଭାରତୀ ତ୍ରୀପାଠୀଙ୍କୁ ଏହି ଆର୍ଥôକ ରାଶି ପ୍ରଦାନ କରିଥିଲେ । ଶ୍ରୀ ସାମନ୍ତରାୟଙ୍କ ବିେୟୋଗରେ ଧର୍ମଶାଳା, କୁଆଖିଆ, ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ବରୀ, ଯାଜପୁର, ବ୍ରହ୍ମବରଦା, ପାଣିକୋଇଲି, ବ୍ୟାସନଗର, ଯାଜପୁରରୋଡ଼, ଦଶରଥପୁର, ଯାଜପୁର ଟାଉନ ସାମ୍ବାଦିକ ମାନେ ଶ୍ରୀ ସାମନ୍ତରାୟଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି । ତାଙ୍କ ବିୟୋଗରେ ଗଣମାଧ୍ୟମ ଚତୁର୍ଥସ୍ତମ୍ବର ସାମ୍ବାଦିକ ମାନେ ତାଙ୍କ ଅସହାୟ ବିଧବା ପତ୍ନୀ ଭାରତୀ ତ୍ରୀପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥôକ ସହାୟତା ଯୋଗଇ ଦେବା ପାଇଁ ସାମ୍ବାଦିକ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ସାମ୍ବାଦିକ ଅନିରୁଦ୍ଧଙ୍କ ବିୟୋଗରେ ବିଭିନ୍ନ ସାମ୍ବାଦିକଙ୍କ ମହଲରେ ଶୋକ
|
January 6, 2020 |