ବାରିପଦା, 10.12.2020 (ଲିଙ୍ଗରାଜ ପଣ୍ଡା)-ସ୍ଥାନୀୟ ଅଂଚଳିକ ପରିବହନ କାର୍ଯ୍ୟାଳୟରବେନିୟମ ତଥା କୋଭିଡ ନିୟମ ଉଲ୍ଲଘନ ଅଭିଯୋଗ ସଂପର୍କରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକମାନଙ୍କୁ ଦୁବ୍ୟବହାର କରାଯାଇଥିବା ନେଇ କାମିୟାବ ଟିଭିର ଜିଲା ପ୍ରତିନିଧୁ ସୁବ୍ରତ ପ୍ରଧାନଙ୍କ ସମେତ ଚାରି ଜଣ ସାମ୍ବାଦିକଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଆଜି ଅପରାହ୍ନରେ ଲିଖୁତ ଅଭିଯୋଗ ହୋଇଥିବାର ଜଣାଯାଇଛି । ଏହି ଅଭିଯୋଗକ୍ରମେବାରିପଦା ଟାଉନ ଥାନାରେ ମୟୁରଭଞ୍ଜ ଅଂଚଳିକ ପରିବହନ ଅଧୁକାରୀ ଗୋପାଳକୃଷ୍ଣ ଦାସଙ୍କ ବିରୋଧରେ ୮୭୮/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଥିବା ସହ ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଅଂଚଳିକ ପରିବହନ ଅଧୁକାରୀ ଶ୍ରୀଦାସଙ୍କ ପ୍ରତିଅଭିଯୋଗକ୍ରମେ ସାମ୍ବାଦିକ ଶ୍ରୀପ୍ରଧାନଙ୍କ ବିରୋଧରେ ୮୭୯/୨୦ ନମରର ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ମଧ୍ୟ ଜଣାଯାଇଛି ।
ସାମ୍ବାଦିକମାନଙ୍କୁ ଦୁବ୍ୟବହାର ନେଇ ଆରଟିଓ ବିରୋଧରେ ମାମଲା
|
December 10, 2020 |