ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା, ପିଲାଙ୍କୁ ମାସିକ ପଢ଼ା ଖର୍ଚ୍ଚ

Spread the love

ଭୁବନେଶ୍ବର, 27.11.2020 (ଲିଙ୍ଗରାଜ ପଣ୍ଡା): କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁସରକାର ବିଭିନ୍ନ ଘୋଷଣା କରିଛନ୍ତି। ଏଥି ପାଇଁ ‘ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ୨୦୦୬’ର ସଂଶୋଧନ କରାଯାଇଛି  ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କିତ ବିଜ୍ଞପ୍ତି ଜାରିହୋଇଛି ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ  ୪ ଲକ୍ଷ ଟଙ୍କାର ସହାୟତା ମିଳିବ ଏହା ସହ ତାଙ୍କ । ପିଲାଙ୍କୁ ମାଟ୍ରିକ୍ ପଢ଼ିବା ଯାଏ ମାସକୁ ୧୫୦୦ ଟଙ୍କା  ଓ ଉଚ୍ଚଶିକ୍ଷା ପାଇଁ ମାସକୁ ୨୫୦୦ ଟଙ୍କା ଲେଖାଏ ମିଳିବ ଟ୍ୟୁସନ୍ ଫି’ ଓ ପଠନ ସାମଗ୍ରୀ କିଣା ବାବଦକୁ ଏହି ଅର୍ଥ ଦିଆଯିବ ସ୍ବାସ୍ଥ୍ୟ ବୀମା ବାଦ୍ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର କୌଣସି ସଦସ୍ୟ ହାର୍ଟ, କିଡ଼ନି, କ୍ୟାନ୍ସର୍ପରି ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଦେବେ। ଯଦି ଚିକିତ୍ସା ଖର୍ଚ୍ଚ ସ୍ବାସ୍ଥ୍ୟ ବୀମାର ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ଡିଏମ୍ବଇଟିଙ୍କ ମଞ୍ଜୁରିନେଇ ଅଧିକ ଅର୍ଥ ପ୍ରଦାନ କରାଯିବା ୩% ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବା ୩ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଏବଂ ୩ ପ୍ରତିଶତ ସୁଧରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଋଣ ମିଳିବା ଦୁର୍ଘଟଣା, ରୋଗରେ ପଡ଼ି ଅକର୍ମଣ୍ୟ ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବା ଆଇଆଇଏମ୍ସିରେ ତାଲିମ୍ ପାଇଁ ପ୍ରତି ସାମ୍ବାଦିକ ପିଛା ୧୦ ହଜାର ଟଙ୍କା ଲେଖାଏ ସରକାର ଯୋଗାଇ ଦେବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Related Posts

About The Author

Add Comment