ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ଆସାମୀକୁ ଖସାଇବାକୁ କୁଆଖିଆ ପୋଲିସର ମସୁଧା, ସରପଂଚଙ୍କ ରାଜନୈତିକ ଚାପ ପ୍ରୟୋଗ

Spread the love

ଯାଜପୁର, (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ପୋଲିସଯେ କେତେ ଟାଣୁଆ ପୋଲିସ ତାହା କାହାକୁ ଅଛଫା ନଥିବା ବେଳେ ଏହି ଜିଲ୍ଲା ପୋଲିସ ନିଜର ପାରିବ ପାଣିଆକୁ ନେଇ ଏବେ ଜିଲ୍ଲାବାସୀ ବାରମ୍ବାର ମୁହଁ ଖୋଲୁଥିବା ବେଳେ ଏହାକୁ ସର୍ବଦା ଗଣମାଧ୍ୟମରେ ପ୍ରକାଶ କରିଥାନ୍ତି ସାମ୍ବାଦିକ ମାନେ । ମାତ୍ର ପୋଲିସର ନିଷ୍କି୍ରୟତା ଏବଂ ସହଯୋଗରେ ଏମାନେ ଗଣମାଧ୍ୟମକୁ ମଧ୍ୟ ଆକ୍ରମଣ ଏବଂ ଦିନ ଦିପ୍ରହରେ ମାରିବାକୁ ଧମକ ଦେବା ଏବଂ ଅଶ୍ଳୀଳ ଗାଳିଗୁଲଜ କରିବାକୁ ପଛାଇନଥାନ୍ତି । ନିକଟରେ ବାଲି ଘାଟକୁ ନେଇ ଦୁଇଜଣ ଗଣମାଧ୍ୟମ ପ୍ରତିନିଧିକୁ ଯାଜପୁର ସଦର ଥାନା ଅଂଚଳରେ ଆକ୍ରମଣ ଉଦ୍ୟମ କରାଯିବା ପରେ ପୋଲିସ ଚୁପୁ ହୋଇ ବସି ରହିବା ଏବଂ ପୂର୍ବରୁ ମଧ୍ୟ ସନ୍ଧାନ ନିୟୁଜ ପ୍ରତିନିଧି ନାରାୟଣ ରଥକୁ ରସୁଲପୁରର ବାଲି ମାଫିଆ ସରପଂଚ ସୁଶାନ୍ତ ନାୟକଙ୍କ ପାଳିତ ଗୁଣ୍ଡା ସୁରେଶ ଜେନା ଏବଂ ମାଧବାନନ୍ଦ ପଲେଇ ଗାଳିଗୁଲଜ କରବା ଆକ୍ରମଣ ଉଦ୍ୟମ କରିବା ସହିତ ସହପରିବାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହା ପରେ କୁଆଖିଆ ଥାନାରେ ସେମାନଙ୍କ ନାମରେ ଏତଲା ହୋଇଥିଲା । ମାତ୍ର ପୋଲିସ ୨୦/୦୨/୨୦୨୦ରୁ ଏତଲା କରିଦେଇ ଆସାମୀକୁ ଘଂଟ ଘୋଡାଇବା ସହିତ ଆସାମୀକୁ ଗିରଫ କରୁନଥିଲା । ବହୁବାର ଗଣମାଧ୍ୟମ ପ୍ରତିନିଧି ମାନେ ଏକଥା କହିବା ଏବଂ ଆନେ୍ଦାଳନର କରିବାକୁ କହିବା ପରେ ଆଜି ଏହି ଘଟଣାରେ ସମ୍ପୁକ୍ତ ସୁରେଶ ଜେନା ପିତା ବାସୁଦେବ ଜେନାଙ୍କୁ ଗିରଫ କରିଥିବା ବେଳେ ତାହାକୁ ଛାଡିବାକୁ ମସୁଧା କରୁଛି । ଅନ୍ୟପଟରେ ବାଲି ମାଫିଆ ସରପଂଚ ସୁଶାନ୍ତ ଏମାନଙ୍କୁ ଛାଡିବା ପାଇଁ ରାଜନୈତିକ ଚାପ ପକାଇବାରେ ଲାଗିଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ବିଜେପି କଂଗ୍ରେସ ଚୁପ ରହିବା ମଧ୍ୟ ଜିଲ୍ଲାରେ ପୋଲିସର କାର୍ଯ୍ୟକୁ ସମର୍ଥନ କରିବା ଭଳି ଲାଗୁଛି । ଯଦି ଉଭୟଙ୍କ ଗିରଫ କରାନଯାଏ ତେବେ ଯାଜପୁର ଏସପି ଅଫିସ ଘେରାଉ କରାଯିବ ବୋଲି ଯାଜପୁର ଗଣମାଧ୍ୟମ ପ୍ରତିନିଧି ମାନେ କହିଛନ୍ତି ।

Related Posts

About The Author

Add Comment