ଚଣ୍ଡିଖୋଲ, ୦୬/୧୧ (ସନ୍ଧାନ ନିୟୁଜ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବାରମ୍ବାର ସାମ୍ବାଦିକ ମାନଙ୍କ ପ୍ରତି ଦୃବ୍ୟବହାର ବଢ଼ିବାର ଲାଗିଛି । କେତେବେଳେ ମହିଳା ସାମ୍ବାଦିକ ମାନଙ୍କୁ ଖରାବ ବ୍ୟବହାର ସହିତ ଆଶାଳୀନ ମନ୍ତବ୍ୟ ଦେଉଛନ୍ତି । ଏପରକି ସାମ୍ବାଦିକ ମାନଙ୍କୁ ତାସôଲ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି । କେନ୍ଦ୍ରପଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ଖବର ସଂଗ୍ରହ କରୁଥିବା ସମୟରେ ଓଟିଭିର ସାମ୍ବାଦିକଙ୍କୁ ଟଣାଓଟରା କରିବା ଏବଂ ତାସôଲ୍ୟ ଭାବେ ବିଭିନ୍ନ ମନ୍ତବ୍ର ଦେବାକୁ ନେଇ ରାଜ୍ୟରେ ସମ୍ବାଦିକ ମାନେ ତୀବ୍ର ନିନ୍ଦା କରିଛନ୍ତି । ଚଣ୍ଡିଖୋଲ ଠାରେ ସାମ୍ବାଦିକ ସମୂହ ପକ୍ଷରୁ ଟ୍ରା‘ିକ ଛକ ନିକଟରେ ଏକତ୍ରୀତ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ସାଂସଦ ଅନୁଭବଙ୍କ ଗିର‘ ଦାବି ଏବଂ ତୁରନ୍ତ ରାଜ୍ୟ ସରକାର ସମ୍ବାଦିକ ମାନଙ୍କ ସୁରକ୍ଷା ଆଇନ୍ ଲାଗୁ କରିବାକୁ ଦାବି କରିଥିଲେ । ଏଥିରେ ଉକôଳ ସମ୍ବାଦିକ ସଂଘର ରାଜ୍ୟ ସାଧରଣ ସମ୍ପାଦକ ବେଣୁଧର ପଣ୍ଡା, ପ୍ରଦିପ ପୃଷ୍ଟି, ପ୍ରମୋଦ ଜେନା, ମାନସ ରାଉତ, ଭାରତ ଭୂଷଣ ପଣ୍ଡା, ସମରେନ୍ଦ୍ର ମହାଲା, ହେମଶ ଜେନା, ଶିବରାମ ସାହୁ, ଉକôଳ ପ୍ରଧାନ, ତୈଲକ ନାୟକ, ମନମୋହନ ରାଉତ, ବସନ୍ତ ପଲେଇ, ମନୋଜ ମହାନ୍ତି, ସୁରେଶ ଖଣ୍ଢାଇ, ସୁଶାନ୍ତ ନାୟକ ସ୍ୱେଚ୍ଛାସେବୀ ପ୍ରତାପ ଗୋଚ୍ଛାୟତ, ଭବତୋଷ ବିଶ୍ୱାଳ ସମେତ ବହୁ ସାମ୍ବାଦିକ ଏବଂ ସ୍ୱେଚ୍ଛାସେବୀ ଜନସାଧରଣ ଉପସ୍ଥିତ ହୋଇ କୁଶପୁତ୍ତଳିକା ଦାହ କରିବା ସହିତ ତୁରନ୍ତ ଗିର‘ କରିବାକୁ ଦାବି କରିଥିଲେ ।
ସାମ୍ବାଦିକକୁ ଦୃବ୍ୟବହାର ପ୍ରତିବାଦରେ କେନ୍ଦ୍ରପଡା ସାସଂଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ
|
November 6, 2019 |