ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ପାଇଁ ବିଦ୍ୟୁତ୍‌ ବିଭାଗ ଜାରି କଲା ସତର୍କ ସୂଚନା

Spread the love

ଭୁବନେଶ୍ବର, ୨/୫ (ସନ୍ଧାନ ନିୟୁଜ) :  ଅତି ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଏହାର ପ୍ରଭାବରେ ସନ୍ଧ୍ୟାରୁ ଆରମ୍ଭ ହୋଇଗଲାଣି ବର୍ଷା। କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ନିମନ୍ତେ ବ୍ୟାପକ ପ୍ରସ୍ତୁତି  ସହ ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

୧) ବାତ୍ୟା ସମୟରେ ସୁରକ୍ଷା ନିମନ୍ତେ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ। ଏଣୁ ଧୈର୍ଯ୍ୟ ଧରି ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

୨) ବାତ୍ୟା ପରେ ବିଦ୍ୟୁତ୍‌ ସମ୍ବନ୍ଧୀୟ କୌଣସି ପ୍ରକାର ସୂଚନା ନିକଟସ୍ଥ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଜଣାଇବାକୁ ଅନୁରୋଧ।

୩) ଖୋଲା ତାର ବା ଛିଣ୍ଡି ଯାଇ ତଳେ ପଡିଥିବା ତାରକୁ ଛୁଅଁନ୍ତୁ ନାହିଁ।

୪) ବାତ୍ୟା ପୂର୍ବରୁ ନିଜ ମୋବାଇଲ ଫୋନ ଚାର୍ଜ କରି ରଖନ୍ତୁ।

୫) ମଟର ଚଲାଇ ପାଣି ଗଛିତ କରି ରଖନ୍ତୁ।

୬) ଅଜଥାରେ ବିଦ୍ୟୁତ୍‌ କର୍ମଚାରୀମାନଙ୍କୁ ଫୋନ୍‌ କରି ହଇରାଣ ହରକତ କରନ୍ତୁ ନାହିଁ।

୭) ବାତ୍ୟା ସମୟରେ ସୁରକ୍ଷା ନିମନ୍ତେ ନିଜ ଘରର ମେନ୍‌ ସୁଇଚ୍‌ ବନ୍ଦ କରନ୍ତୁ।

Related Posts

About The Author

Add Comment