ବରୀ,୧୩।୧୨ (ସନ୍ଧାନ ନ୍ୟୁଜ) : ଅଗ୍ରଣୀ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ପକ୍ଷରୁ ୧୧ ତମ ପ୍ରତିଷ୍ଠା ଦିବସ ନେଇ ଏକ ପ୍ରସ୍ତୁତି ବୈଠକ ବଟ ମହାପୁରୁଷ ପୀଠ କେନ୍ଦୁଆ ବରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବିସିଟି ଅଧ୍ୟକ୍ଷ ରକ୍ତଦାତା ଇଂ.ବିମଳ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ବରୀ ଶାଖା ସଂଯୋଜକ ବିଜୟ ସାହୁ,ଉପଦେଷ୍ଟା ବାବାଜୀ ଚରଣ ଜେନା, ତୁଷାର ଶାନ୍ତି,ଉଦୟ ରଞ୍ଜନ ଦାସ, ମଳୟ ସାହୁ,ସନ୍ତୋଷୀ ତନୟା ନନ୍ଦ,ସୁନିଲ ଭୂୟାଁ,ସାଗର ଭୂୟାଁ,ଶୁଭେନ୍ଦୁ ଭୂୟାଁ,ସୁନିଲ ଶାନ୍ତି,ବିରେନ୍ କୁମାର ରାଉତ,ମାନସ ଜେନା,ରାକେଶ ଶାନ୍ତି,ଚୈତନ୍ୟ ଜେନା,ଉତ୍ତମ ଜେନା,ତପନ ଦାସ,ରଞ୍ଜନ ମହଲ ଏବଂ ଲାଇଫ କ୍ଲବ ଧରାପୁର ସମସ୍ତ କାର୍ଯ୍ୟକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ଲାଇଫ କ୍ଲବ୍ ଧାରପୁର ବରୀ ଯାଜପୁର ଠାରେ ଚଳିତ ମାସ ଡ଼ିସେମ୍ବର ୧୫ ତାରିଖ (ସୋମବାର) ଦିନ ସ୍ବେଛାକୃତ ରକ୍ତଦାନ ଶିବିର,ରକ୍ତଦାନ ସଚେତନତା ସହ ଏଡ଼ସ୍ ଓ ପ୍ଲାଷ୍ଟିକ ବର୍ଜନ,ଶିଶୁ ଶ୍ରମିକ,ବୃକ୍ଷ ରୋପଣ ଉପରେ ଆଧାରିତ ସଚେତନ ଧର୍ମୀ ନାଟକ ପରିବେଷଣ,ସମ୍ବର୍ଦ୍ଧିତ ସଭା ଆଦି ଅନୁଷ୍ଠିତ ହେବାକୁ ନେଇ ଆଲୋଚନା କରାଯାଇଥିଲା ।




