କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡ଼ା ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ମିନତି ସେଠୀଙ୍କୁ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉବିପ ସଭାପତି ଯୁବ ସମାଜସେବୀ ତଥା ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ କାର୍ଯ୍ୟକର୍ତ୍ତା ଯାମିନୀ ମୋହନ ସାହୁ, ତାପସ ମଣ୍ଡଳ, ବୈଲୋଚନ ବୈଷ୍ଣବ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ପଂଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକରିବାକୁ ପ୍ରେରଣା ଦେଇଥିଲେ ।
ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଯଶପଡ଼ା ସରପଂଚଙ୍କୁ ସମ୍ବର୍ଦ୍ଧନା ।
|
June 1, 2022 |