ସାପ ଉଦ୍ଧାର ଓ ଥଇଥାନ ଉପରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କଟକଣା

Spread the love

ବାରିପଦା ୧୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ରାଜ୍ୟର ସମସ୍ତ ବନଖଣ୍ଡ ଓ ବନ୍ୟଜନ୍ତୁ ସଂରକ୍ଷଣ ଅଚଂଳରେ ସାପ ମାନଙ୍କୁ ଉଦ୍ଧାର ଓ ଥଇଥାନ କରୁଥିବା ବ୍ୟକ୍ତିବିଶେଷ ଓ ଅନିଷ୍ଠାନ ଗୁଡିକ ଏଣିକି ବିନା ପଞ୍ଜିକରଣରେ ଏଭଳି କାର୍ଯ୍ୟ କରିପାରିବେ ନାହିଁ ବୋଲି ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ ପକ୍ଷରୁ କଟକଣା ଜାରି ହୋଇଥିବା ଜଣା ଯାଇଛି । ପୂର୍ବରୁ ସ୍ନେକ ହେଲ୍ପଳାଇନ , ବନକର୍ମଚାରୀ ଏବଂ ବେସରକାରୀ ବ୍ୟକ୍ତିଗଣ ଗ୍ରାମାଚଂଳ ଓ ସହରାଚଂଳରେ ସାପ ଧରୁଥିବା ଦେଖାଯାଇଥିଲା । ଅଧିକାଂଶ କ୍ଷେତ୍ରରେ ସାପମାନଙ୍କୁ ଧରୁଥିବା ବିରଳ ବିଷଧର ସାପମାନଙ୍କୁ ଧରି ଚୋରାଚାଲାଣ କରୁଥିବା ଅଭିଜ୍ଞତା ବ୍ୟକ୍ତିଗଣ ଅନେକ ସମୟରେ ସାପ ଧରିବାକୁ ଯାଇ ମୁତୁ୍ୟ ମୁଖରେ ପଡୁଥିବା ବେଳେ ଆଉ କେତେକ ବ୍ୟକ୍ତି ସାହସିକତା ପରିଚୟ ସୃଷ୍ଟି ପାଇଁ ନିଜ ବେକରେ ସାପକୁ ଗୋଡାଇ ଫଟୋ ଭାଇରାଲ କରୁଥିଲା । ଯଦିଓ ଏସବୁ କାର୍ଯ୍ୟଧାରା ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ର ବିରୁଦ୍ଧାଚରଣ କରୁଛି ତଥାପି ସରକାରୀ ସ୍ତରରେ ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ପାରିନଥିଲା ।
ଗତ ୨୦୧୭ ଜୁଲାଇ ମାସରେ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ (ବନ୍ୟଜନ୍ତୁ) ତଥା ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଏହା ଉପରେ କଟକଣା ଲଗୁ କରିବା ସହ ବିଭାଗ ଦ୍ୱାରା ପଞ୍ଜିକୃତ ନହୋଇ ସାପ ଧରିବା ବେଆଇନ ବୋଲି ଘୋଷଣା କରିଥିଲେ । ଏଥିପାଇଁ ବ୍ୟକ୍ତି ଅଥବା ଅନୁଷ୍ଠାନ ପଞ୍ଜିକରଣ ପାଇଁ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟରେ ଆବେଦନ ପତ୍ର ସହ ଚାଲାଣ ଡିପୋଜିଟ ,ପରିଚୟପତ୍ର ,ଅଭିଜ୍ଞତା ପ୍ରମାଣ ,ଏନଓସି ଓ ଫଟୋ ଦାଖଲ କରିବା ପରେ ବନଖଣ୍ଡ ଅଧିକାରୀଙ୍କ ସ୍ୱୀକୃତି ସହ ଆଚଂଳିକ ମୁଖ୍ୟ ବନସଂରକ୍ଷଣ ପଠାଯିବା ପ୍ରାବଧାନ ଅଛି । ଆଚଂଳିକ ମୁଖ୍ୟ ବନସଂରକ୍ଷକଙ୍କ କାର୍ଯ୍ୟାଳୟରେ ଗଠିତ କମିଟି ଆବେଦନ ପତ୍ରଗୁଡିକୁ ଯାଚଂ ପରେ ଯୋଗ୍ୟ ଆବେଦନକାରୀଙ୍କୁ ଚୟନ କରି ପଞ୍ଜିକରଣ ପ୍ରଦାନ କରିବେ । ମାତ୍ର କେତେ ଟଙ୍କା ଚାଲାଣ ଟିପୋଜିଟ ଓ କେଉଁ ଫର୍ମାଟରେ ଆବେଦନ କରାଯିବ ଏଥିନେଇ କୌଣସି ସୂଚନା ନଥିବାରୁ ଅଧିକାଂଶ ବ୍ୟକ୍ତି ଆବେଦନ କରିପାରୁଥିବା ଜଣାଯାଇଛି । ଚଳିତ ମାସ ୨ ତାରିଖରେ ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ ପକ୍ଷରୁ ପୂର୍ବ ନିଦେ୍ର୍ଦଶାନାମାକୁ କାର୍ଯ୍ୟକାରୀ କରିବା ପାଇଁ ପୁନଃ ନିଦେ୍ର୍ଦଶ ହୋଇଥିବା ଏବଂ ପୂର୍ବ ନିଦେ୍ର୍ଦଶାନାମା ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ଚୟନ ପ୍ରକ୍ରିୟା ହେବା ନେଇ ନିଶ୍ଚିତ ଥିବା ବେଳେ ବର୍ତମାନ ସୁଦ୍ଧା ଆବେଦନ ପତ୍ର ମକ୍ଟଳରନଥିବା ଦେଖାଯାଇଛି । ଫଳରେ କୌଣସି ଗୃହରେ ଅଥବା ଅନୁଷ୍ଠାନରେ ସାପ ଦେଖାଦେଲେ ବନବିଭାଗ କର୍ମଚାରୀ ଅଥବା ସାପ ଧରୁଥିବା ଅଭିଜ୍ଞ ବ୍ୟକ୍ତି ସାପ ଉଦ୍ଧାର କାର୍ଯ୍ୟରେ ପଛଘୁଚାଂ ଦେଉଛନ୍ତି । ଏହା ଦ୍ୱାରା ଲୋକମାନେ ଜୀବନ ବଚାଂଇବାକୁ ଯାଇ ବାଧ୍ୟହୋଇ ସାପ ମାରିବା ନିଶ୍ଚିତ ହୋଇପଡିଥିବା ବେଳେ ବିଭାଗୀୟ କତୃପକ୍ଷ ତୁରନ୍ତ ଏ ଦିଗରେ ଆଶୁ ପଦକ୍ଷେପ ନେବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Related Posts

About The Author

Add Comment