ବାରିପଦା, 20.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)-ମୟୁରଭଞ୍ଜ ଜିଲାରେ ସପ୍ତାହକ ମଧ୍ୟରେ ହୋଇଥିବା ତିନୋଟି ଅପରାଧ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ତନ୍ମଧ୍ୟରୁ ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣି ଫଟାୟତର କିପାସାହିଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ସଂପର୍କରେ କୌଣସି ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ନେଇ ଜିଲାତମାମ ଅସନ୍ତୋଷ କୁହୁଳିବାରେ ଲାଗିଛି। ଆନ୍ତଃରାଜ୍ୟ ନକଲି ନୋଟ୍ର ଏକ ବଡ ରାକେଟ୍ ବାରିପଦା ପୁଲିସ ଦ୍ବାରା ଗୁରୁବାର ଧରାପଡ଼ିବା ସହିତ ପଡୋଶୀ ରାଜ୍ୟ ଝାଡଖଣ୍ଡର ଦୁଇ ଜଣ ଅଭିଯୁକ୍ତ ଦୁଇ ଭାଇ ରଖହରି ରଣା ଓ ରାସବିହାରୀ ରଣା ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୮୫ ହଜାର ଟଙ୍କା ନକଲି ପାଞ୍ଚ ଶହ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ୍, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯିବା ସହ ମୋବାଇଲ ଫୋନ କଲ୍ ରେକର୍ଡରୁ ଏହି ରାକେଟ୍ ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପୁଲିସ ପକ୍ଷରେ ସମ୍ଭବ ହୋଇପାରିଛି । ଏପରିକି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲା ଅସୀଙ୍କ ସରଳତାର ସୁଯୋଗ ନେଇ ଗାଁଗହଳିରେ ଥିବା ହାଟମାନଙ୍କରେ ବ୍ୟାପକ ପରିମାଣର ଜାଲ ନୋଟ୍ ପ୍ରଚଳନ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଶିମିଳିପାଳ କୋର ଅଞ୍ଚଳରେ ଅବାଧରେ ବନ୍ୟଜନ୍ତୁ ଶିକାର ହୋଇ ଆସୁଥିବା କ୍ରମାଗତ ଭାବରେ ଦୃଷ୍ଟିକୁ ଆସୁଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ବିଭାଗୀୟ କର୍ତ୍ତୁପକ୍ଷ ସଫଳ ହୋଇ ପାରୁ ନ ଥିଲେ । ତଥାପି ଶିମିଳିପାଳ ଅଭୟାରଣ୍ୟର , ଦକ୍ଷିଣ, ନଅଣା ରେଞ୍ଜରେ ଏକ ମାଈ କୁଟ୍ରାକୁ ଶିକାର କରି ନେଉଥିବା ବେଳେ ଗତ ୧୪ ତାରିଖରେ ବାଲେଶ୍ୱରର ସହଦେବଖୁଣ୍ଟା ଆଦର୍ଶ ଥାନାର ଦୁଇ ଜଣ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମଢେଇ ଓ ହେମନ୍ତ କୁମାର ମହାନ୍ତିଙ୍କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି । ସେମାନେ ପୂର୍ବ ରାତିରେ ଡୁକୁରା ବନ୍ୟପ୍ରାଣୀ ଡିଭିଜନ ଦେଇ ଚାଲି ଚାଲି ଶିମିଳିପାଳ ଭିତରେ ପ୍ରବେଶ କରି ଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଉଦଳା ଜେଲ ହାଜତକୁ ପଠାଇଯାଇଛି । କିନ୍ତୁ ସେମାନଙ୍କ ନିକଟରୁ ବନ୍ଧୁକ ଜବତ ହୋଇଥିବା ନେଇ ଆଇପିସି ଦଫାର� ଶୁଳିଆପଦା ଥାନା ଇଲାକାରେ ସ୍ବାମୀ ଧାନକାଟିବାକୁ ଯାଇଥିବା ସୁଯୋଗ ନେଇ ଗତ ଶୁକ୍ରବାର ରାତିରେ ମହିଳାଙ୍କୁ ବଳାତ୍କାର କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗରେ କଣ୍ଡିଶାଳ ଗ୍ରାମର ବୀରବଲ୍ଲଭ ବେହେରା(୬୨) ପୁଲିସ ଗିରଫ କରିଥିବା ପ୍ରକାଶ । ଉଦଳା ଥାନାର କୁଣ୍ଠାବାଇ ଫାଣ୍ଡି ଶ୍ରୀଦାମଚନ୍ଦ୍ରପୁର ପଂଚାୟତ ବାଲିଛତ୍ରୀ ଗ୍ରାମର ଜଣେ ଯୁବକ ଚିତ୍ରକର ବସନ୍ତ ସିଂଙ୍କ ମୃତଦେହ ଗତ ମଙ୍ଗଳବାର ରାତିରେ ସନ୍ଦେହଜନକଭାବେ ଗଛରୁ ଝୁଲୁଥିବା ଉଦ୍ଧାର କରାଯାଇଥିଲେ ମଧ୍ୟ ହତ୍ଯା କି ଆତ୍ମହତ୍ୟା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । କାରଣ ସେ ଗଛ ଚଢି ପାରନ୍ତି ନାହିଁ ବୋଲି ଗ୍ରାମବାସୀ କହୁଥିବା ବେଳେ ଶବଟି ଆଣ୍ଡ ମାଡି ଅବସ୍ଥାରେ ଥିବା ନେଇ ନାନା ସଂଶୟ ସୃଷ୍ଟି ହୋଇଥିବା ପ୍ରକାଶ । ବାଦାମପାହାଡ ଥାନା ଅଧୀନ କୁସୁମୀ ବ୍ଲକ ବାସାପୁଟ ଗ୍ରାମର ଦେବେନ୍ଦ୍ର ହେମ୍ନମଙ୍କ ଆଠ ବର୍ଷର ପୁଅ ଦଶରଥ ରରୁଆଁ ବୁକ ନିୟୁତି ଫଚାୟତରକୁ ଦଳି ଧୁଆ ଗ୍ରାମସ୍ଥ ମାମୁଁ ଘରକୁ ବୁଲିବାକୁ ଯିବା ପରେ ଗତ ୧୨ ତାରିଖ ଦିନ ଘର ପାଖ ଜଙ୍ଗଲକୁ ଛେଳି ଚୋରାଇବା ପାଇଁ ଯାଇଥିଲା ଏବଂ ତାହାର ମୃତଦେହ ରାସ୍ତାକଡରେ ପଡିଥିବାର ଦେଖୁବାକୁ ମିଳିଥିଲା । ମୃତକ ଦଶରଥକୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗରେ ବାସାପୁଟ ଗ୍ରାମର ଲାଲମୋହନ ତିରିଆକୁ ପୁଲିସ ଗିରଫ କରିଥିଲା। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସାଇବର ଠକେଇ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଣ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଠକେଇର ଶିକାର ହେବାକୁ ଯାଉଥିବା ବ୍ୟକ୍ତିମାନେ ସଚେତନ ରହୁ ନ ଥିବାରୁ ଏଭଳି ଘଟଣା ଘଟୁଛି। ରାଇରଙ୍ଗପୁର ୧୫ ନମ୍ବର ୱାର୍ଡର ଜନୈକ ଯୁବକଙ୍କର ବ୍ୟାଙ୍କ ଆକାଉଣ୍ଟର ନମ୍ବର ମାଗି ତାଙ୍କ ଆକାଉଣ୍ଟରୁ ୩୭ ହଜାର ୪୦୭ ଟଙ୍କା ଉଠାଇ ନିଆଯାଇଥିବା ନେଇ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଉଦଳା ୬ ନମର ସୁବାସନଗର ଅଂଚଳର ବେଦବ୍ୟାନ ସିଂଙ୍କ ସହ ଜଣେ ଅଜଣା ବ୍ୟକ୍ତି କଥା ଛଳରେ ତାଙ୍କର ଏଟିଏମର ସିକ୍ରେଟ ଆକାଉଣ୍ଟ ନମ୍ବର ନେଇ ୪୨ ହଜାର ୬୮୧ ଟଙ୍କା ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିବା ନେଇ ଉଦଳା ଥାନାରେ ଅଭିଯୋଗ ହୋଇଛି । ସେହିପରି ବେତନଟୀ ଥାନା ଅନ୍ତର୍ଗତ କଙ୍ଗଳିଆ ଗ୍ରାମର ଦିବାକର ବେହେରାଙ୍କ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୯୧ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ୧୫ ତାରିଖରେ ବଡ଼ସାହି ଥାନା ଇଲାକାର କୁରାଡିହା ଜଙ୍ଗଲ ରାସ୍ତା ଦେଇ ଦୁଇ ଜଣ ମହିଳା ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ପଲସର ଆରୋହୀ ସେମାନଙ୍କୁ ଅଟକାଇଜଣେ ମହିଳାଙ୍କ ବେକରୁ ଦେଢ ଲକ୍ଷ ଟଙ୍କା ମୂଲ୍ୟର ସୁନାହାର ଛିନତାଇ କରି ନେଇଥିବାର ଅଭିଯୋଗ ହୋଇଛି । ସେହିପରି ରରୁଆଁ ଥାନା ଇଲାକା ମହାକୁଡସାହିଠାରେ ବେଆଇନଭାବେ ଚାଲିଥିବା ଏକ ଚୋରା ତମାଖୁ କାରଖାନାରେ ବିଭିନ୍ନ ପ୍ରକାର ଖଇନି ପ୍ରସ୍ତୁତ କରାଯାଇ ଜିଲ୍ଲା ତଥା ଜିଲା ବାହାରକୁ ଚାଲାଣ କରାଯାଉଥିବା ଖବର ପାଇ ଗତ ୧୭ ତାରିଖ ଦିନ ପୁଲିସ ଚଢଉ କରି ଲକ୍ଷ ଟଙ୍କା ମୂଲ୍ୟର ଗୁଟ୍ଖା ଜବତ କରିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା । ଜିଲ୍ଲାର ବିଭିନ୍ନ ସହରରେ ଜୁଆ ଆଡାର ବ୍ୟାପକ ଧରପଡ ପରେ ଏବେ ଗାଁଗହଳିରେ ହାଟ ଓ ଅଜ୍ଞାତ ସ୍ଥାନମାନଙ୍କର ଜୁଆ ଖେଳାଯାଉଥିବା ଖବର ପାଇ ପୁଲିସ ପକ୍ଷରୁ ଚଢଉ କରାଯାଉଥିଲେ ମଧ୍ୟ ତାହା ରୋକିବା ସମ୍ଭବ ହୋଇ ପାରି ନାହିଁ । ଗତ ଶନିବାର ବେତନଟୀ ଥାନା ଅଧୀନରେ ଭାଦୁଶୋଳ ହାଟରେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ୧୨ ହଜାର ଟଙ୍କା ଜବତ କରିଥିବା ବେଳେ ବାରିପଦା ଟାଉନ ଥାନା ଦେବେନ୍ଦ୍ରପୁର କେନାଲ ବନ୍ଧ ହୁଡାରେ ଗତ ଗୁରୁବାର ଏକ ଜୁଆ ଆଡା ଉପରେ ଚଢଉ କରି ୫ ଜଣଙ୍କୁ ଗିରଫ କରିବା ସହିତ ୨୧ ହଜାର ୨୫୫ ଟଙ୍କା ଜବତ କରିଥିବା ପ୍ରକାଶ । ବାରିପଦା ସହରର ତୁଳସୀଚଉରା ଅଂଚଳରେ ରହୁଥିବା ଜଣେ ବାସିନ୍ଦାଙ୍କ ଘରେ ଦୁଇ ଜଣ ଅଜଣା ବ୍ୟକ୍ତି ପହଞ୍ଚି ପୁରୁଷ ଲୋକ ଘରେ ନ ଥୁବା ସୁଯୋଗ ନେଇ ସୁନା ଅଳଙ୍କାର ସଫା କରିବା ଆଳରେ ଲକ୍ଷାଧୁକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ କରି ନେଇଥିବା ବାରିପଦା ଟାଉନ ଥାନାରେ ଏତଲା ହୋଇଥିଲେ ମଧ୍ୟ କେହି ଧରାପଡ଼ି ନାହାନ୍ତି । ଜିଲାର ବିଭିନ୍ନ ଥାନା ଇଲାକାରେ ମଧ୍ୟ ବାଇକ ଲୁଟ ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି।
ସାପ୍ତାହିକ ଅପରାଧ ସମୀକ୍ଷା
|
December 20, 2020 |


