ସାପକାମୁଡା ରେ ନାବାଳକ ମୃତ।

Spread the love

ରାଇରଙ୍ଗପୁର, ୧୦/୦୯ (ସନ୍ଧାନ ନିଉଜ/ପରେଶ ଷଡ଼ଙ୍ଗୀ ) ମୟୂରଭଞ୍ଜ ଜିଲ୍ଲା ର ବାଦାମ ପାହାଡ ଥାନା ଅନ୍ତର୍ଗତ କାଠଭାରିଆ ଗ୍ରାମ ର ଜନୈକ ନାବାଳକ ସାପ କାମୁଡା ରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ବୁଧବାର ରାତ୍ରି ରେ ଡମ୍ବରୁଧର ଜେରାଇ ଓ ତା ପରିବାର ଲୋକେ ଖାଇ ପିଇ ଶୋଇ ଥିଲେ ।ଶୋଇଥିବା ଅବସ୍ଥା ରେ ଡମ୍ବରୁ ଧରର (୧୦)ବର୍ଷ ର ପୁଅ ଆଦ୍ୟଶ୍ରୀ ଗୈତମ ଜେରାଇ କୁ ଏକ ବିଷାକ୍ତ ସାପ କାମୁଡି ଖସି ପଳାଇ ଥିଲା । ପିଲାଟି ଚିତ୍କାର କରି ଥିଲା ।ପରେ ଘରଲୋକେ ରାଇରଙ୍ଗପୁର ହସ୍ପିଟାଲ ରେ ଭର୍ତ୍ତି କରାଇ ଥିଲେ ।ଡାକ୍ତର ଖାନାରେ ପହଞ୍ଚି ବାର ୧୫ମିନିଟ ପରେ ପାଖା ପାଖି ରାତି ୧୨-୪୫ ବାଳକର ପ୍ରାଣ ବାୟୂ ଉଡି ଯାଇଥିଲା । ଡାକ୍ତର ମୃତ ଘୋସଣା କରି ଥିଲେ ।ଆଦ୍ୟାଶ୍ରୀ ମା’ର କ୍ରନ୍ଦନ ରେ ରାଇରଙ୍ଗପୁର ହସ୍ପିଟାଲ ରେ ଭାବ ମୟ ପରିବେଶ ହୋଇ ଉଠି ଥିଲା । ବାଦାମ ପାହାଡ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ । ଗୁରୁବାର ଦିନ ୧୦ଟା ପର୍ଯ୍ୟନ୍ତ ଆଦ୍ୟାଶ୍ରୀ ର ମାଁ ଛୁଆ କୁ ବ୍ୟବଚ୍ଛେଦ କରିବା ପାଇଁ ଦେଉ ନ ଥିଲା ।ପରେ ବାଦାମ ପାହାଡ ଥାନାଧିକାରୀ ହସ୍ତକ୍ଷେପ କରି ଶବ ବ୍ୟବଚ୍ଛେଦ କରାଇ ମୃତକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

Related Posts

About The Author

Add Comment